• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ମୁମ୍ବାଇ: ଅଶ୍ଳୀଳ ବିବାଦରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ମଡେଲ ଶର୍ଲିନ ଚୋପ୍ରା ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ନାଁରେ ଆଉ ଏକ ଅଭିଯୋଗ ଆଣିଛନ୍ତି । ଶର୍ଲିନ ରାଜ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି । ମୁମ୍ବାଇ ପୋଲିସ ନିକଟରେ ରାଜଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଶର୍ଲିନ । ନିକଟରେ ସେ ପର୍ଣ୍ଣଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଏକ ଏଫ୍ଆଇଆର୍ ମଧ୍ୟ ଜାରି କରିଛନ୍ତି । ସେ କହିଛନ୍ତି ଯେ ରାଜ୍ ଓ ଶିଳ୍ପାଙ୍କ ମଧ୍ୟରେ ଭଲ ସଂପର୍କ ନଥିବା କଥା ରାଜ କୁନ୍ଦ୍ରା ତାଙ୍କୁ କହିଥିଲେ । ଅଭିଯୋଗରେ ସର୍ଲିନ ଦାବି କରିଛନ୍ତି ଯେ ୨୦୧୯ର ଆରମ୍ଭରେ ରାଜ୍ କୁନ୍ଦ୍ରାଙ୍କ ବିଜନେସ ମ୍ୟାନେଜର ତାଙ୍କୁ ଏକ ଅଫର ଦେଇ ଡାକିଥିଲେ ଓ ଏହି ଅଫର ବିଷୟରେ ଆଲୋଚନା କରିବାକୁ ଚାହୁଁଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ୨୦୧୯ ମାର୍ଚ୍ଚ ୨୭ରେ ଏକ ବିଜନେସ ମିଟିଙ୍ଗରେ ଏକ ମେସେଜକୁ ନେଇ  ଶର୍ଲିନ ଓ କୁନ୍ଦ୍ରାଙ୍କ ମଧ୍ୟରେ  ଯୁକ୍ତି ତର୍କ ମଧ୍ୟ ହୋଇଥିଲା ।

ଏ ନେଇ ରାଜ ଶର୍ଲିନଙ୍କୁ କିଛି ନକହି ତାଙ୍କ ଘରକୁ ଯାଇଥିଲେ ଓ କଥାବାର୍ତ୍ତା ମଝିରେ ରାଜ ତାଙ୍କୁ ଜବରଦସ୍ତି କିସ୍ କରିଥିବା ସର୍ଲିନ ଅଭିଯୋଗ କରିଛନ୍ତି । ସର୍ଲିନ କହିଛନ୍ତି ଯେ ସେ ଏହାକୁ ବିରୋଧ କରିଥିଲେ ଓ ସେ ଜଣେ ବିବାହିତ ପୁରୁଷ ସହିତ ସଂପର୍କ ରଖିବାକୁ  ଚାହୁଁନଥିଲେ । ସର୍ଲିନ କହିଥିଲେ ଯେ ଏହି ସମୟରେ ଶିଳ୍ପା ଓ ରାଜଙ୍କର ସଂପର୍କ ଠିକ୍ ନଥିବା କଥା ରାଜ୍ ତାଙ୍କୁ କହିଥିଲେ । ଶର୍ଲିନ୍ ଚୋପ୍ରା ଅଭିଯୋଗ କରିଛନ୍ତି ଯେ ସେ ମନା କରିବା ପରେ ମଧ୍ୟ ଯେତେବେଳେ ରାଜ ଅଟକି ନଥିଲେ, ସେତେବେଳେ ସେ ବହୁତ ଡରି ଯାଇଥିଲେ। । ଏବେ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରି ୧୪ ଦିନ ନ୍ୟାୟିକ ହେପାଜତରେ ରଖିଛି । ତାଙ୍କ ଉପରେ ପର୍ଣ୍ଣ କଣ୍ଟେଣ୍ଟ ପ୍ରଡକ୍ସନ ଏବଂ ବିତରଣକୁ ନେଇ ମାମଲା ହୋଇଛି ।