• translate
Rajalaxmi Sahoo

ମୁମ୍ବାଇ: ଦିନକୁ ଦିନ ବଢୁଛି ‘Koo’ର କ୍ରେଜ୍‌। ଟ୍ୱିଟରକୁ ବାଏ ବାଏ କରି ‘Koo’ ଆଡେ ମୁହାଁଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ। ଏବେ ଅନେକ ସେଲିବ୍ରିଟି ‘Koo’କୁ ଆପଣାଇଛନ୍ତି। ଯେମିତିକି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ। କଙ୍ଗନାଙ୍କୁ ଟ୍ୱିଟର ବ୍ୟାନ୍‌ କରି ଦେବା ପରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ‘Koo’ରେ ସେ ଏଣ୍ଟ୍ରି କରିଥିଲେ। ଏବେ ଧିରେ ଧିରେ ଏହି ପ୍ଲାଟଫର୍ମରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ମିଲିଅନରେ ପହଞ୍ଚିଛି।

ଚଳିତ ବର୍ଷ ଫେବ୍ରୁଆରୀରେ ‘କୁ’ ଆପ୍‌ରେ ଆକାଉଣ୍ଟ ଖୋଲିଥିଲେ କଙ୍ଗନା। ଏତେ କମ୍‌ ସମୟରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିଛି। ଗତ ୩ ମାସ ଭିତରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଜବରଦସ୍ତ ବଢ଼ିବାରେ ଲାଗିଛି। ‘କୁ’ ରେ ସଫଳତା ପାଇଥିବା କଙ୍ଗନା ହେଉଛନ୍ତି ଏକମାତ୍ର ଅଭିନେତ୍ରୀ। ଏହି ପ୍ଲାଟଫର୍ମରେ ସେ ନିଜ ଫିଲ୍ମ ‘ଥଲାଇଭୀ’ର ଜୋରଦାର ପ୍ରମୋସନ କରିଥିଲେ। ଏହା ବ୍ୟତୀତ ନିଜ ସମ୍ପର୍କରେ ଓ ଦେଶ ବିଦେଶର ବିଭିନ୍ନ ପ୍ରସଙ୍ଗରେ ସେ ନିଜ ରାୟ ରଖିବାରେ ଲାଗିଛନ୍ତି।

 

ମାର୍ଚ୍ଚ ୨୦୨୦ରେ ‘କୁ’ ଆରମ୍ଭ ହୋଇଥିଲା। ଏହି ପ୍ଲାଟଫର୍ମରେ ଅନେକ ଭାରତୀୟ ଭାଷାରେ ନିଜ ମତ ରଖି ପାରିବେ। ଯେ କୌଣସି ଭାରତୀୟ ନାଗରିକ ନିଜ ସ୍ଥାନୀୟ ଭାଷାରେ ମତାମତା ବିନିମୟ କରିବା ଥିଲା ଏହାର ଉଦ୍ଦେଶ୍ୟ। ଏପରି ସ୍ଥଳେ କଙ୍ଗନାଙ୍କ ଭଳି ଅଭିନେତ୍ରୀଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମିତି କି କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଏବେ ଏକ ମିଲିଅନରେ ଛୁଇଁଛି।

ଜବରଦସ୍ତ ଅଭିନୟ ଜରିଆରେ କଙ୍ଗନା ଲଗାତର ବ୍ଲକବଷ୍ଟର ହିଟ୍‌ ଫିଲ୍ମ ବଲିଉଡକୁ ଦେବାରେ ଲାଗିଛନ୍ତି। ନିଜ ଦମରେ ଫିଲ୍ମକୁ ହିଟ୍‌ କରିବାର କ୍ଷମତା ରଖୁଥିବା କଙ୍ଗନା ସୋସିଆଲ ମିଡିଆରେ ବେଶ ଆକ୍ଟିଭ। ବଲିଉଡ ଖବର ସହିତ ଦେଶ ଦୁନିଆ ସହ ଜଡ଼ିତ ତମାମ ପ୍ରସଙ୍ଗ ଉପରେ ଖୋଲାଖୋଲି ରାୟ ରଖିଥାନ୍ତି କଙ୍ଗନା। ବେଳେ ବେଳେ ନିଜ ବୟାନ ପାଇଁ ବିବାଦୀୟ ହୋଇ ପଡନ୍ତି କଙ୍ଗନା।

Other Stories

  • Kangana Ranaut
    Entertainment କଙ୍ଗନା ରଣୱତ ହେବେ ମାତା ସୀତା

    ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଏବଂ ୪ ଥର ରାଷ୍ଟ୍ରୀୟ ପୁରଷ୍କାର ଜିତିଥିବା କଙ୍ଗନା ରଣୱତ ପର୍ଦାରେ ଜୟଲଳିତାଙ୍କ ଭୂମିକା ନିଭେଇବା ପରେ ବର୍ତ୍ତମାନ ଆଉ ଏକ ବଡ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଙ୍ଗନା ବର୍ତ୍ତମାନ ଏପିକ୍...

  • Kangana Ranaut
    Entertainment କଙ୍ଗନାଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

    ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କୁ ଝଟ୍‌କା। ଗୀତିକାର ଜାଭେଦ ଅଖତର୍‌ଙ୍କ ଦ୍ୱାରା ଦାୟର କରାଯାଇଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିବା ଲାଗି କଙ୍ଗନା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି।

  • Kangana Ranaut
    Entertainment ‘ଥଲାଇବୀ’ ରିଲିଜ୍ ପୂର୍ବରୁ କଙ୍ଗନାଙ୍କୁ ବଡ ଝଟ୍‌କା

    ଆଗକୁ ଆସୁଛି ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କ ‘ଥଲାଇବୀ’। ଏହାକୁ ଦର୍ଶକ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତାଲିମନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ...

  • Kangana Ranaut
    Entertainment ରାଧା ହେଲେ ପଙ୍ଗା କ୍ୱିନ୍‌ କଙ୍ଗନା ରଣୱତ

    ସାରା ଭାରତ ଆଜି ପାଳନ କରୁଛି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ପରମ୍ପରା ଅନୁସାରେ ଭାଦ୍ର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ହିନ୍ଦୁମାନେ ସମସ୍ତ ପର୍ବକୁ ଧୁମଧାମରେ ପାଳନ କରିବା ସହ ପରସ୍ପରଙ୍କ...