• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ:  ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁଙ୍କ ସନ୍ତାନର ବାପା କିଏ, ଅନେକ ଦିନର ଏହି ରହସ୍ୟ ଉପରୁ ପରଦା ହଟିଲା । ନୁସରତ ଜାହାଁ ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରଠାରୁ ହିଁ ଚର୍ଚ୍ଚାରେ ଅଛନ୍ତି । ସମସ୍ତଙ୍କ ମନରେ ଥିଲା କେବଳ ଗୋଟିଏ ପ୍ରଶ୍ନ, ନୁସରତଙ୍କ ସନ୍ତାନର ପିତା କିଏ ? ତେବ ପୂର୍ବରୁ ଅଭିନେତ୍ରୀ ବିଭିନ୍ନ ଗୋଳମାଳିଆ ଉତ୍ତର ଦେଇ ଲୋକଙ୍କୁ ଦ୍ୱନ୍ଦରେ ପକାଉଥିଲେ । ଏମିତିକି ସେ ବେଳେବେଳେ ସେ ଶିଶୁର ପିତାଙ୍କ ନାମ କହିବାକୁ ମଧ୍ୟ ମନା କରିଦେଇଥିଲେ । ସେ ଜଣେ ସିଙ୍ଗଲ ମଦର ଭାବରେ ରହିବାକୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିଥିଲେ । ଏହାରି ଭିତରେ ନୁସରତ ଜାହାନଙ୍କ ସନ୍ତାନର ଜନ୍ମ ପଞ୍ଜିକରଣ ସହ ଜଡିତ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି, ଯାହା ନୁସରତଙ୍କ ସନ୍ତାନର ପିତାଙ୍କ ରହସ୍ୟର ଖୁଲାସା କରିଛି ।

କୋଲକାତା ନଗରନିଗମରେ ଦାଖଲ କରାଯାଇଥିବା ଡକ୍ୟୁମେଣ୍ଟରେ ନୁସରତ୍ ବାପାଙ୍କ ନାଁ ଦେବାଶିଷ ଦାସଗୁପ୍ତା ଲେଖାଯାଇଛି । ନୁସରତ୍ ଜାହାଁଙ୍କ କଥିତ ବୟଫ୍ରେଣ୍ଡ୍ ତଥା ବଙ୍ଗାଳୀ ଅଭିନେତା ୟଶ୍ ଦାସଗୁପ୍ତାଙ୍କ ଅଫିସିଆଲ ନାଁ ହେଉଛି ଦେବାଶିଷ ଦାସଗୁପ୍ତା । ବର୍ଥ ସାର୍ଟିଫିକେଟ୍ ରେଜିଷ୍ଟ୍ରେସନରେ ବାପାଙ୍କ ନାମ ସମସ୍ତ ରହସ୍ୟରୁ ପରଦା ହଟାଇଛି । ନୁସରତ ଜାହାଁଙ୍କ ପୁଅର ବାପା ଆଉ କେହି ନୁହନ୍ତି, ୟଶ ଦାସଗୁପ୍ତା ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ପୂର୍ବରୁ ଅଭିନେତ୍ରୀ ଶିଶୁର ପିତାଙ୍କ ନାମ ବିଷୟରେ କହିବାକୁ ସଫା ସଫା ମନା କରିଦେଇଥିଲେ ।

ନୁସରତ ଜାହାଁନ ତାଙ୍କ ପୁଅର ନାମ ଇଶାନ ରଖିଛନ୍ତି । ଶିଶୁର ନାମ ପ୍ରକାଶ କରିବା ସମୟରେ ସେ କହିଥିଲେ ମାତୃତ୍ୱ ଏକ ବଡ଼ ଅନୁଭବ । ମା’ ହେବା ନୂତନ ଜୀବନକୁ ଆରମ୍ଭ କରେ, ନୂଆ ଶିକ୍ଷା ନିଏ । ଶିଶୁର ନାମ ଜଣାପଡ଼ିବା ପରଠାରୁ ହିଁ ଅଭିନେତା ଯଶ ଦାସଗୁପ୍ତା ଶିଶୁର ପିତା ବୋଲି ସୋସିଆଲ ମିଡିଆରେ କୁହାଯାଉଥିଲା । ବଙ୍ଗୀୟ ଅଭିନେତା ୟଶ ହିଁ ସୋସିଆଲ ମିଡିଆ ମାଧ୍ୟମରେ ନୁସରତ୍ ମା ହେବାର ଖବର ସେୟାର କରିଥିଲେ । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ମଧ୍ୟ ୟଶ ତାଙ୍କ କାରରେ ମା ଓ ଶିଶୁକୁ ଘରକୁ ନେଇଥିଲେ ।

ନୁସରତ ଜାହାଁ ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କ ଠାରୁ ଅଲଗା ହୋଇ ସାରିଛନ୍ତି । ନୁସରତ୍ ନିଖିଲଙ୍କ ଠାରୁ ଭିନ୍ନ ହେବା ନିଷ୍ପତ୍ତି ନେବା ପରେ ଏହି ଖବର ଲାଇମଲାଇଟକୁ ଆସିଥିଲା । ଆଉ ସେ ସମୟରେ ନୁସରତ କହିଥିଲେ ତାଙ୍କୁ ନିଖିଲଙ୍କ ଠାରୁ ଛାଡପତ୍ରର ଆବଶ୍ୟକତା ନାହିଁ । କାରଣ ସେ ତୁର୍କୀ ନିୟମ ଅନୁଯାୟୀ ବିବାହ କରିଛନ୍ତି, ଯାହା ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ।