• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରୋମାଣ୍ଟିକ୍‌ ଫଟୋ ପୋଷ୍ଟ କଲେ ଅର୍ଜୁନ କପୁର

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଜନ୍ମଦିନ । ଏନେଇ ସୋସିଆଲ ମିଡିଆରେ ମଲାଇକାଙ୍କ ଫ୍ୟାନ୍ ଓ ବନ୍ଧୁ ମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ମଲାଇକାଙ୍କ ଜନ୍ମଦିନ ଅବସରରେ ତାଙ୍କର ବଡ଼ ଫ୍ୟାନ୍ ତଥା ବୟଫ୍ରେଣ୍ଡ୍‌ ଅର୍ଜୁନ କପୁର ମଧ୍ୟ ରୋମାଣ୍ଟିକ୍‌ ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

ସୋସିଆଲ ମିଡିଆରେ ଅର୍ଜୁନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଲାଇକା ଓ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ ୨ ଜଣ ଛାତ ଉପରେ ବସି ପାର୍ଟି କରୁଛନ୍ତି । ଅର୍ଜୁନ ଫଟୋ ଦେବା ସହ ଏକ ସୁନ୍ଦର କ୍ୟାପସନ୍ ଦେଇ ଲେଖିଛନ୍ତି ଯେ ଆଜି ହେଉ କି କାଲି ମୁଁ ସବୁବେଳେ ମୁଁ ତୁମ ଓଠରେ ହସ ଆଣିବାକୁ ଚାହୁଁଛି । ମୁଁ ଆଶା କରୁଛି ଆର ବର୍ଷ ବି ତମେ ଏମତି ହସୁଥାଓ ।

ଅର୍ଜୁନଙ୍କ ଏହି ପୋଷ୍ଟ ଉପରେ ମଲାଇକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ମଲାଇକା ଲେଖିଛନ୍ତି ଯେ ଏହି ଫଟୋରେ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ମୁଁ ତୁମକୁ ହସାଉଛି । ତେବେ ଅର୍ଜୁନଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହାଛଡ଼ା ଅର୍ଜୁନଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରେଟି ମଲାଇକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ବହୁ କମେଣ୍ଟ ମଧ୍ୟ ଦେଇଛନ୍ତି ।

ଅର୍ଜୁନଙ୍କର ଏହି ଫଟୋରେ ଅନେକ ସେଲିବ୍ରିଟି କମେଣ୍ଟ କରୁଛନ୍ତି। ରିୟା କପୁର, ଦିୟା ମିର୍ଜା, ତାହିରା କଶ୍ୟପ, ମନୀଷ ମାଲହୋତ୍ରା, ଅମୃତା ଆରୋରା, କରୀନା କପୁର ଖାନ୍‌, ବିପାଶା ବସୁ ମଧ୍ୟ କମେଣ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ଅନେକ ସେଲିବ୍ରିଟି ଏହି ଫଟୋରେ ହାର୍ଟ ଇମୋଜି କମେଣ୍ଟ ଦେଇଛନ୍ତି ।

ତେବେ ଏହି ପୋଷ୍ଟରେ ଅଭିନେତ୍ରୀ କରୀନା କପୁରଙ୍କ ପ୍ରତିକ୍ରିୟା ସବୁଠୁ ଅଲଗା ରହିଥିଲା । କରୀନା ଲେଖିଛନ୍ତି ଯେ ଅର୍ଜୁନ କପୁର ଜୀ ମୁଁ ଫଟୋର କ୍ରେଡିଟ୍ ନେବାକୁ ଚାହୁଁଛି । ତେବେ କରୀନାଙ୍କ ଏଭଲି ପ୍ରତିକ୍ରିୟାରୁ ଜଣା ପଡୁଛି ଯେ କରୀନା ମଲାଇକା ଓ ଅର୍ଜୁନଙ୍କ ଏହି ଫଟୋ ସେ ଉଠାଇଛନ୍ତି । ତେବେ ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ରହିଛି।