• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଏକାଠି ହେବେ କି ଆମୀର  ଓ କିରଣ !

ମୁମ୍ବାଇ:ଛାଡ଼ପତ୍ର ପରେ ସାଧାରଣତଃ କପଲ୍ ମାନେ ଅଲଗା ଓ ସ୍ୱାଧୀନ ଭାବେ ଜୀବନ ବିତାଇଥାନ୍ତି । କିନ୍ତୁ ଆମୀର ଖାନ୍ ଓ କିରଣ ରାଓ ଛାଡ଼ପତ୍ର ପରେ ବି ଏକ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ବଜାୟ ରଖିଛନ୍ତି । ଚଳିତ ବର୍ଷ ଜୁଲାଇରେ ଆମୀର ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ । କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁକୁ ଏକ ବନ୍ଧୁଙ୍କ ବିବାହ ଉତ୍ସବରେ ଏକାଠି ଦେଖିବାକୁ ମିଳିଛି । ଆମୀର ଓ କିରଣଙ୍କ ଏହିଭଳି  ଭାବେ ଏକାଠି ବିବାହ ଉତ୍ସବରେ ଯୋଗ ଦେବା ସମସ୍ତଙ୍କୁ ଚକିତ କରିଛି ।

। ଛାଡପତ୍ର ପରେ ପ୍ରଥମ ଥର କିରଣ ଓ ଆମୀରଙ୍କୁ ଏକ ଫିଲ୍ମର ସୁଟିଂ ସେଟ୍ ରେ ଦେଖିବାକୁ ମିଳିଥିଲା । ନିକଟରେ ଫିଲ୍ମ ଲାଲ ସିଂ ଚଡ୍ଡା ସୁଟିଂ ସମୟରେ ଆମୀର ଖାନ୍ ଓ କିରଣ ରାଓଙ୍କୁ ତାଙ୍କ ପୁଅ ସହିତ ବହୁତ  ଭଲ ସମୟ ଅତିବାହିତ କରିବାର ଦେଖିବାକୁ ମିଳିଥିଲା ସୂଚନା ଅନୁସାରେ ନିକଟରେ ଜଣେ ବିଶେଷ ବନ୍ଧୁଙ୍କ ବିବାହରେ କିରଣ ଓ ଆମୀରଙ୍କୁ ଏକାଠି ଯୋଗ ଦେବାର ଦେଖିବାକୁ ମିଳିଛି । ଏହି ବିବାହ ଉତ୍ସବରେ ଦୁହେଁ ସାଙ୍ଗରେ ଫଟୋ ଉଠାଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ଭଲ ସଂପର୍କ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏଭଳି ଘଟଣା ଛାଡପତ୍ର ହେବା ପରେ ଦେଖିବାକୁ ମିଳିନଥାଏ ।  ଆମୀର ଖାନ୍ ଓ କିରଣ ରାଓ ଏହି ଫଟୋ ସୋସିଆଲ ମିଡିଆରେ ‌ଏବେ ଭାଇରାଲ ହେବାରେ ଲାଗିଛି ।

କେବଳ ବିବାହ ଉତ୍ସବରେ ନୁହେଁ, ଛାଡପତ୍ର ପରେ କିରଣ ଓ ଆମୀରଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ଛାଡପତ୍ର ନେବା ପରେ ଲଦାଖରେ ଦୁହେଁ ଏକାଠି ଡାନ୍ସ କରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ଦୁହିଁଙ୍କୁ ଏକାଠି ଅନେକଥର ଲଞ୍ଚ ଡେଟ୍‌ରେ ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଚଳିତ ବର୍ଷ ଜୁଲାଇରେ ଦୁହେଁ ସୋସିଆଲ ମିଡିଆରେ ମିଳିତ ଭାବେ ଛାଡପତ୍ର ପାଇଁ ଘୋଷଣା କରିଥିଲେ । ସୋସିଆଲ ମିଡିଆ ପୋଷ୍ଟରେ ଦୁହେଁ ଶୃଙ୍ଖଳା ଓ ପରସ୍ପରିକ ବୁଝାମଣାରୁ ଅଲଗା ହେବା ବିଷୟରେ କଥାବାର୍ତ୍ତା ହୋଇ ଛାଡପତ୍ର ପାଇଁ ନିଷ୍ପତ୍ତି ନେଇଥିବା କଥା ଉଲ୍ଲେଖ କରିଥିଲେ । ଏନେଇ ଏକ ଭିଡିଓ ମେସେଜ ମଧ୍ୟ ଘୋଷଣା କରିଥିଲେ । ଡିସେମ୍ବର ୨୦୦୨ରେ ଆମୀର ତାଙ୍କର ପ୍ରଥମ ପତ୍ନୀ ରିନା ଦତ୍ତଙ୍କୁ ଛାଡପତ୍ର ଦେଇଥିଲେଓ ୨୦୦୫ରେ କିରଣ ରାଓ ଏବଂ ଆମୀର ଖାନ ବିବାହ କରିଥିଲେ ।