• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା ।

  • ସେପ୍ଟେମ୍ବର ୧୮ ଯାଏ ଚାଳିବ ।

  • ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର: ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଏହି ପରୀକ୍ଷା ସେପ୍ଟେମ୍ବର ୧୮ ଯାଏ ଚାଳିବ । ପରୀକ୍ଷା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି । ଦୈନିକ ୩ଟି ସିଫ୍ଟରେ କମ୍ପ୍ୟୁଟ୍‌ର ବେସଡ୍‌ ଟଷ୍ଟ(ସିବିଟି) ପରୀକ୍ଷା ହେବ । 

ଗଣେଶ ପୂଜା ଓ ନିଟ୍‌ ପରୀକ୍ଷା ଦୃଷ୍ଟିରୁ ମଝିରେ ଗ୍ୟାପ୍‌ ଦିଆଯାଇଛି । ଗତବର୍ଷ ପରି ଚଳିତବର୍ଷ ପରୀକ୍ଷା ସିବିଟି ମୋଡ୍‌ରେ ହେବ । କେଉଁଦିନ କେଉଁ ପରୀକ୍ଷା ହେବ, ତାହାର ପୂରା ଲିଷ୍ଟ OJEE ୱେବସାଇଟ୍‌ରେ ପ୍ରକାଶ କରାଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ୱେବସାଇଟ୍‌ରୁ ଏହି ତଥ୍ୟ ପାଇପାରିବେ ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି ।

ତେବେ ଚଳିତବର୍ଷ ରାଜ୍ୟର ସବୁ ଜିଲ୍ଲାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର । ଏହାଛଡ଼ା ରାଜ୍ୟ ବାହାରେ ୩ଟି ସ୍ଥାନକୁ ଅନଲାଇନ୍ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରାଯାଇଛି । ରାଜ୍ୟ ବାହାରେ ପାଟନା, ରାଂଚି ଓ କୋଲକାତାରେ ରହିବ ପରୀକ୍ଷା କେନ୍ଦ୍ର ହେବ ।

ଅନ୍ୟପଟେ ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ । ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ମଧ୍ୟ କାଲି ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । orissaresults.nic.inରେ ରେଜଲ୍ଟ ଉପଲ୍ଲବ୍ଧ ହେବ । ଛାତ୍ରଛାତ୍ରୀମାନେ ଏହି ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ । 

ସେହିଭଳି ଗତକାଲି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ www.samsodisha.gov.in ୱେବସାଇଟ୍ ଭିଜିଟ୍ କରିବାକୁ ପଡ଼ିବ। ଏଥିରେ ଫର୍ମ ଉପଲବ୍ଧ ହେବ । ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୧୩ ତାରିଖ ଦିନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେହିପରି ସେପ୍ଟେମ୍ବର ୧୪ରୁ ସେମ୍ବେର ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ ।