• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା । ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତିନି ଦିନ ଧରି ହେବାକୁ ଥିବା ଏହି ପରୀକ୍ଷାରେ ଦିନକୁ ୨ଟି ସିଟିଂ ରହିବ । ସକାଳ ୯ରୁ ୧୦ଟା ଏବଂ ଦିନ ୧୧ରୁ ୧୨ଟା ପରୀକ୍ଷା ହେବ । 

ପ୍ରତି ପରୀକ୍ଷା ୪୦ ମାର୍କ ବିଶିଷ୍ଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୪୦ରୁ ୨୦ ମାର୍କ ମଲ୍ଟିପୁଲ୍ ଚଏସ୍ ହୋଇଥିବା ବେଳେ ବାକି ୨୦ ମାର୍କ ଲଙ୍ଗ୍ କ୍ୱେସ୍‌ଚିନ୍‌ ରହିବ । ଏହି ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଦେବ । ପରୀକ୍ଷା, ଛାତ୍ରଛାତ୍ରୀଙ୍କ ନିଜ ସ୍କୁଲରେ ହେବ । ତେବେ ଖାତା ଅନ୍ୟ ସ୍କୁଲରେ ଦେଖା ହେବ ବୋଲି ନିଷ୍ପତ୍ତି ହୋଇଛି । ତେବେ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ ବୋଲି ବୋର୍ଡ ଅଧ୍ୟକ୍ଷ ରାମାଶିଷ ହାଜରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ କରୋନା ମହାମାରୀ ଭିତରେ ଆଜିଠୁ ଖୋଲିଲା ସ୍କୁଲ । ଆଜିଠୁ ଏକାଦଶ ଶ୍ରେଣୀ ପିଲାଙ୍କର ଅଫ୍‌ଲାଇନ୍ ପାଠପଢା ଆରମ୍ଭ ହୋଇଛି । ବିଶେଷ କରି କ୍ଲାସରୁମ୍‌ରେ ପରିସ୍କାର ପରିଛନ୍ନତା ଉପରେ ଗୁରୁତ୍ୱ ଦିଆଯାଇଛି । ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର ପାଇଁ କଡାକଡି ଏସଓପି ଜାରି କରାଯାଇଛି । ସ୍କୁଲ ସହ ଆଜିଠୁ ହଷ୍ଟେଲ୍ ମଧ୍ୟ ଖୋଲିଛି । ସେପଟେ ଆସନ୍ତା ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ମାର୍ଗଦର୍ଶିକା ଜାରି କରିସାରିଛି ଗଣଶିକ୍ଷା ବିଭାଗ । ପୂର୍ବରୁ ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ଆରମ୍ଭ ହୋଇଥିଲା ।