• translate
Sarbeswar

News Highlights

  • ରେଭେନ୍ସାରେ ୧୮୮ ଶିକ୍ଷକ ପଦ ଖାଲି

  • ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲିଥିବା ନେଇ ମନ୍ତ୍ରୀଙ୍କ ଉତ୍ତର

  • ୧୦୦୭ ଶିକ୍ଷକ ପଦବୀ ଓ ୧୬୬୦ ଅଣଶିକ୍ଷକ ପଦବୀ ଖାଲି ଅଛି

  • ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୮୮ ଶିକ୍ଷକ ପଦ ଖାଲି

  • ଉତ୍କଳରେ ୧୨୬, ରାଜେନ୍ଦ୍ରରେ ୧୨୬, କଳାହାଣ୍ଡିରେ ୧୧୨ ଶିକ୍ଷକ ନାହାନ୍ତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ। ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ରାଜ୍ୟରେ ୧ ହଜାର ୭ ଶିକ୍ଷକ ପଦବୀ ଓ ୧୬ ଶହ ୬୦ ଅଣଶିକ୍ଷକ ପଦବୀ ଖାଲି ଅଛି। ଏହା ଭିତରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୮୮ଟି ଶିକ୍ଷକ ପଦ ଖାଲି ପଡିଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬, ରାଜେନ୍ଦ୍ର କଲେଜରେ ୧୨୬, କଳାହାଣ୍ଡିରେ ୧୧୨ ଶିକ୍ଷକ ନାହାନ୍ତି। ଏହାସହ ରମାଦେବୀରେ ୧୦୧, ବ୍ରହ୍ମପୁରରେ ୮୦, ଏମ୍ପିସିରେ ୭୬ ଶିକ୍ଷକ ନାହାନ୍ତି। ତେବେ ଶିକ୍ଷକ ପଦ ପୂରଣ ପାଇଁ OPSC ଦ୍ୱାରା ଚୟନ ଚାଲିଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।

ତେବେ ୧ ସେପ୍ଟେମ୍ବରରେ ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା। ଗୋଟେ କି ଦୁଇଟି ନୁହେଁ ଶହ ଶହ ଶିକ୍ଷକଙ୍କ ନିଯୁକ୍ତି ବେଆଇନ୍‌ ଭାବେ ହୋଇଛି। ପ୍ରାୟ ୨୪ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଏହି ଅନିୟମିତତାର ଗୁମର ଏବେ ଫିଟୁଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବେଆଇନ୍‌ ଭାବେ ନିଯୁକ୍ତି କରାଯାଇଛି। ‌ଆଉ ଏବେ ସେମାନଙ୍କୁ ନିୟମିତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ବି ଜାରି ହୋଇଛି। ସମସ୍ତେ ଜାଣି ବି ଦୀର୍ଘ ଦିନ ଧରି ଏନେଇ ଚୁପ୍ ରହିବା ପରେ ଅଭିଯୋଗକାରୀ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ମାମଲାକୁ ଗୁରୁତ୍ୱ ସହ ନେଇ ଏହାର ତଦନ୍ତ କରିବାକୁ ସମ୍ବଲପୁର କୋର୍ଟ, ଟାଉନ୍ ଥାନାକୁ ନିର୍ଦ୍ଦେଶ ଦେଇଥିଲେ।

ଶିକ୍ଷକଙ୍କ ନିଯୁକ୍ତି ନେଇ ୧୯୯୬ରୁ ୧୯୯୯ ମସିହା ବେଳର କିଛି ଦୁର୍ନୀତିର ଗନ୍ଧ ସମ୍ବଲପୁର ଜିଲ୍ଲାରୁ ସାମ୍ନାକୁ ଆସିଛି। ବେଆଇନ୍‌ ନିଯୁକ୍ତିକୁ ଲୁଚାଇବାକୁ ବିଧିବଦ୍ଧ ଯୋଜନା ହୋଇଛି। ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲେଖାଯାଇଥିବା ଏକ ନିର୍ଦ୍ଦେଶନାମାରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅନିୟମିତତା ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ କରିବାକୁ କୁହାଯାଇଥିଲା । ଏହାସହ ୪୪ ଜଣ ଶିକ୍ଷକଙ୍କ ନାଁ ମଧ୍ୟ ରହିଛି। ହେଲେ ‌ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି, ତତ୍କାଳୀନ ସମ୍ବଲପୁର ସିଆଇ କେସି ଗୁରୁଙ୍କ ବେଳେ ବେଆଇନ୍‌ ଭାବେ ନିଯୁକ୍ତ ଶିକ୍ଷକଙ୍କୁ ନିୟମିତ କରିବାକୁ। ସୂଚନା ଅଧିକାର ବଳରେ ଏହି ତଥ୍ୟ ଜଣାପଡ଼ିବା ପରେ ଏବେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ ଶିକ୍ଷକ ଓ ଅଧ୍ୟାପକ ପଦକୁ ନେଇ ରାଜ୍ୟ ସରକାର କେତେ ଚିନ୍ତିତ ତାହା ଏବେ ସ୍ପଷ୍ଟ ଦେଖାଯାଉଛି।

Other Stories

  • Odisha Assembly
    Politics ଶାସକ-ବିରୋଧୀ କଥା କଟାକଟି। ଚାଲିପାରୁନି ଗୃହ

    ବିଧାନସଭା ଅଚଳ। ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ। ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଉ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା...

  • Dmet Chief CBK Mohanty
    COVID-19 ପିଲାଙ୍କ ନିକଟରେ ସଂକ୍ରମଣ ଓ ତୀବ୍ରତା କମ୍: DMET

    କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି, ଡିଏମ୍ଇଟି। ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ...

  • Pramod Bhagat
    Sports ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୬ କୋଟି

    ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ୬ କୋଟି ସହ ଗ୍ରୁପ୍ A ସରକାରୀ ଚାକିରି ଦିଆଯିବା ଘୋଷଣା...