ବେଆଇନ୍‌ ଫି’ ଆଦାୟ ବିରୋଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ

ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ । କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେବା ସହ କଲେ ଆନ୍ଦୋଳନ । ଯାଜପୁର ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ରେ ପଢ଼ାଯାଉଥିବା ନର୍ସିଂ ଶିକ୍ଷାରେ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

Utkal University 2nd Campus

ଯାଜପୁର: ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛତ୍ରୀଙ୍କ ବିକ୍ଷୋଭ । କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରା ଦେବା ସହ କଲେ ଆନ୍ଦୋଳନ । ଯାଜପୁର ଚଣ୍ଡିଖୋଲସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ରେ ପଢ଼ାଯାଉଥିବା ନର୍ସିଂ ଶିକ୍ଷାରେ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ବେଆଇନ ଭାବେ ଫିସ୍ ଆଦାୟକୁ ବିରୋଧ କରି ଆଜି ଏବିଭିପି ପକ୍ଷରୁ ଆନ୍ଦୋଳନ କରାଯାଇଛି ।

Utkal University 2nd Campus

ବିଶ୍ୱବିଦ୍ୟାଳୟର ନର୍ସିଂ ଛାତ୍ରଛାତ୍ରୀମାନେ ଆଜି ଏହାକୁ ବରୋଧ କରି ପାଠପଢ଼ା ବନ୍ଦ କରିବା ସହିତ ଆନ୍ଦୋଳନ କରିଛନ୍ତି । ଏକାଡେମିକ୍ ଫିସ୍ ବାବଦରେ ୮ ହଜାର ଟଙ୍କା ନିଆଯାଇଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେହିପରି ଏଠାରେ ନର୍ସିଂ ଛାତ୍ରଛାତ୍ରୀମାନଙ୍କ ପ୍ରାକ୍ଟିକାଲ କରାଯାଉ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ତେବେ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି ।

Utkal University 2nd Campus