• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋହାନ(ମିହିର ଜତି) : ସ୍ମାର୍ଟ ସ୍କୁଲରେ ଉନ୍ନତମାନର ଜ୍ଞାନ କୌଶଳ ମାଧ୍ୟମରେ ପିଲା ପାଠ ପଢିବେ ଓ ପିଲା ସ୍ମାର୍ଟ ହେବେ । ଏହି ଲକ୍ଷରେ ରାଜ୍ୟ ସରକାର ଫାଇପ୍ ଟି ଅଧିନରେ ସ୍ମାର୍ଟ ସ୍କୁଲମାନ ନିର୍ମାଣ କରାଯାଉଛି । ହେଲେ କିଛି ସ୍ଥାନରେ ସ୍କାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ନ ହେଉଣୁ ତରବରିଆ ଭାବେ ସ୍ମାର୍ଟ ସ୍କୁଲଗୁଡିକୁ ଉଦଘାଟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ଏହି ଫାଇଟ୍ ଟିର ଏହି ସ୍ମାର୍ଟ ସ୍କୁଲର ଅସଲି ଉଦ୍ଦେଶ୍ୟ ଏବେ ପଦାରେ ପଡିଛି । ଗଜପତି ଜିଲ୍ଳା ଆର.ଉଦୟଗିରି ଛେଳିଗଡ ସ୍ମାର୍ଟ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ଗଜପତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫ ଗୋଟି ସ୍କୁଲକୁ ଫାଇଭ ଟି ଅଧିନରେ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଉଛି । ଶିକୁଳିପଦର, ଛେଳିଗଡ, ଗୁମା, ଗୁରାଣ୍ଡି ଓ ପାରଳାଖେମୁଣ୍ଡି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରି, ସାଇନ୍ସ ଲାବରାଟୋରି, ସୁନ୍ଦର ଶୌଚାଳୟ, ଶୁଦ୍ଧ ପାନୀୟ ଜଳ, ଖେଳପଡିଆର ଉନ୍ନତିକରଣ ସାଙ୍ଗକୁ ବଗିଚା ଓ ସୁନ୍ଦର ପରିବେଶ ନିର୍ମାଣ କରାଯାଇଛି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନ କୌଶଳରେ ଶିକ୍ଷା ପ୍ରଦାନ ଲକ୍ଷରେ ଆଜି ଗୁମାଠାରେ ଆୟୋଜିତ ସ୍ମାର୍ଟ ସ୍କୁଲ ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଭିଡିଓ କନଫେରେସିଂ ମାଧ୍ୟରେ ସ୍ମାର୍ଟ ସ୍କୁଲଗୁଡିକୁ ଲୋକାର୍ପିତ କରିଛନ୍ତି ।

smart schoolକାମ ସରିନି କିନ୍ତୁ ଉଦଘାଟନ ସରିଲାଣି

ହେଲେ ବିଡମ୍ବନା ବିଷୟ ଆର.ଉଦୟଗିରି ବ୍ଳକ ଛେଳିଗଡି ଠାରେ ସ୍ମାର୍ଟ ସ୍କୁଲର ନିର୍ମାଣ କାମ ସମ୍ପୁର୍ଣ୍ଣ ନହେଉଣୁ ତରବରିଆ ଭାବେ ଉଦଘାଟନ କରିଦିଆଯାଇଛି । କିଛି କାମ ଶେଷ ହୋଇଥିବା ବେଳେ ଆଡିସନାଲ କ୍ଳାସ୍ ରୁମ, ଟାଇଲ୍ ରାସ୍ତା,ଶୌଚାଳୟ, ବଗିଚା କାମ ଓ ପରିବେଶ ସୌନ୍ଦର୍ଯ୍ୟିକରଣ ଆଦି କାମ ଶେଷ ହୋଇନଥିବା ବେଳେ କାମ ଜୋରସୋରରେ ଚାଲିଛି ।

smart schoolଛେଳିଗଡ ସ୍ମାର୍ଟ ସ୍କୁଲର ପ୍ରଧାନଶିକ୍ଷକ

ପ୍ରଧାନଶିକ୍ଷକ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି । ସ୍କୁଲ କାମ ପ୍ରାୟ ସରିବା ଉପରେ । ଖେଳପଡ଼ିଆର ଉନ୍ନତିକରଣ କରାଯାଇଛି, ଖେଳ ପଡ଼ିଆର କାମ ସରିଛି । ଏବେ ସୁଦ୍ଧା ପ୍ରାୟ ୯୦ ପ୍ରତିଶତ କାମ ହୋଇସାରିଛି । ବିଳମ୍ବରେ କାମ ଆରମ୍ଭ ହୋଇଥିବାରୁ ଟିକିଏ ବିଳମ୍ବ ହୋଇଥିବା କହିଛନ୍ତି । ଆଗାମୀ ଦୁଇ ଦିନ ଭିତରେ କାମ ସରିଯିବ ବୋଲି ସେ କହିଛନ୍ତି ।

ତେବେ ଏ ସମ୍ପର୍କରେ ଜଣେ ଶ୍ରମିକଙ୍କୁ ପଚାରିବା ପରେ କହିଛନ୍ତି, ଦୁଇ ମାସରୁ ତିନି ମାସ ହେଲା କାମ ଚାଲିଛି । ମନ୍ତ୍ରୀ ଆସି ଉଦଘାଟନ କରିବେ । କାମ ସରିନି, ସରିଯିବ ବୋଲି କହିଛନ୍ତି ।

ପ୍ରଥମ ପର୍ଯ୍ୟାଳୟରେ ଜିଲ୍ଲାରେ ୫ ଗୋଟି ସ୍କୁଲକୁ ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରାଯାଇଥିବା ବେଳେ ଆଗକୁ ଜିଲ୍ଲାରେ ୬୦ ଗୋଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରୁପାନ୍ତରିତ କରିବା ଲକ୍ଷ ରଖାଯାଇଛି । ଯଦି ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ଏହି ସ୍ମାର୍ଟ ସ୍କୁଲର ପ୍ରକୃତ ଉଦ୍ଦେଶ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ । ତେବେ ଆଗାମି ଦିନରେ ଲକ୍ଷ ରଖିଥିବା ସ୍ମାର୍ଟ ସ୍କୁଲର ଉର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେବ, ତାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃ୍‌ଷ୍ଟିବାଚି ସୃଷ୍ଟି ହୋଇଛି । ତେବେ ଏ ନେଇ କାର୍ଯ୍ୟରତ ଯନ୍ତ୍ରୀ ଓ ବିଡିଓ କହିଛନ୍ତି, ସବୁ କାମ ସରିଯାଇଛି, ଯେତିକି ହେଇଛି,ସେତିକିରେ ସବୁ ମ୍ୟାନେଜ ହୋଇଯିବ ।