• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନିକା(ଦିଲ୍ଲୀପ କୁମାର ସାହୁ) : କୋଭିଡ୍ ପାଇଁ ପ୍ରଥମରୁ ଅଷ୍ଟମ ଯାଏଁ ପାଠପଢା ଆରମ୍ଭ ହୋଇନାହିଁ । ଦେଢ ବର୍ଷ ହେଲା କ୍ଲାସ ବନ୍ଦ ଯୋଗୁଁ ଅନେକ ପିଲା ପାଠ ଭୁଲିଗଲେଣି । ସେମାନଙ୍କୁ ପୁଣି ପାଠପଢା ସହ ଯୋଡିବା ସହ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଶିକ୍ଷାସେତୁ । ପିଲାଙ୍କ ଘରକୁ ଘର ଯାଇଁ ଡାଉଡ୍ କ୍ଲିୟର କରୁଛନ୍ତି ଶିକ୍ଷକ । ନୂଆ ବ୍ୟବସ୍ଥାରେ ପାଠପଢାକୁ ନେଇ ଉଭୟ ପିଲା ଏବଂ ଶିକ୍ଷକ ଉତ୍ସାହିତ ।

କୋଭିଡ ମହାମାରୀ ପାଇଁ କ୍ଲାସ ବନ୍ଦ । ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିନି । ଆରମ୍ଭ ହୋଇନି ପିଲାଙ୍କ ପାଠପଠା । ଅନେକ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ନଥିବାରୁ ପାଠଶାଳା, ୟୁଟ୍ୟୁବ ଓ ଅନଲାଇନ୍ କ୍ଲାସରୁ ବଂଚିତ ହେଉଛନ୍ତି । ସମସ୍ତଙ୍କୁ ଶିକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଶିକ୍ଷା ସେତୁ । ଏଇ ଶିକ୍ଷାସେତୁରେ ବିନିକା ସହରର ମନହରୀପଡା ଏବଂ ନୂଆପାଲିରେ ପିଲାଙ୍କ ଘରକୁ ଘର ଯାଇ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ପିଲାଙ୍କୁ ପ୍ରଥମେ ପ୍ରଶ୍ନ ଫର୍ଦ୍ଦ ଦିଆଯାଇ ପୁଣି ତାହାକୁ ସଂଗ୍ରହ କରାଯାଉଛି । କେଉଁଠି ଡାଉଟ୍ ରହୁଛି ତାହା ଜାଣିବା ପରେ ପ୍ରତି ସପ୍ତାହରେ ପିଲାମାନଙ୍କ ଅଭିଭାବବଙ୍କ ସହ ଆଲୋଚନା କରାଯାଉଛି । ନୂଆ ପଦ୍ଧତିରେ ପାଠପଢ଼ା ଆରମ୍ଭ ହେବା ପରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକକଂ ମଧ୍ୟରେ ଉତ୍ସାହିତ ଦେଖିବାକୁ ମିଳିଛି ।

ଶିକ୍ଷାର ନୂଆଁ କିରଣ ସାଜିଛି ଶିକ୍ଷାସେତୁ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଗରିବ ପିଲା ହେଉଛନ୍ତି ଉପକୃତ । କରୋନା ପାଇଁ ପାଠପଢା ବନ୍ଦ ଯୋଗୁଁ ଅନେକ ପିଲା ପାଠପଢାରୁ ଦୂରେଇ ଯାଇଥିଲେ । ଏବେ ପୁଣି ସେମାନଙ୍କର ପାଠ ପ୍ରତି ଆଗ୍ରହ ବଢିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୯୫ଟି ସ୍କୁଲ ଉଚ୍ଚ ବିଦ୍ୟାଲୟରେ ଶିକ୍ଷାସେତୁ ଆରମ୍ଭ କରାଯାଇଛି । ଅପରପକ୍ଷରେ ଏନେଇ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଯେଉଁ ପିଲାଙ୍କ ପାଖରେ ଡିଭାଇସ ନାହିଁ, ସେମାନଙ୍କୁ କିପରି ଶିକ୍ଷାର ସ୍ରୋତରେ ସାମିଲ କରାଯାଇପାରିବ ସେନେଇ କାର୍ଯ୍ୟଫର୍ଦ୍ଦ ଦିଆଯାଉଛି ବୋଲି ସେକହିଛନ୍ତି ।