• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ

  • ସେପ୍ଟେମ୍ବର ୧୩ ଦିନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ

ଭୁବନେଶ୍ୱର : ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଦିନ ୧୧ଟାରୁ ଖୋଲିବ ସାମସ ପୋର୍ଟାଲ । ତେବେ ଏଥିପାଇଁ www.samsodisha.gov.in ୱେବସାଇଟ୍ ଭିଜିଟ୍ କରିବାକୁ ପଡ଼ିବ । ଏଥିରେ ଫର୍ମ ଉପଲବ୍ଧ ହେବ । ସେମ୍ବେର ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସେପ୍ଟେମ୍ବର ୧୩ ତାରିଖ ଦିନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେହିପରି ସେପ୍ଟେମ୍ବର ୧୪ରୁ ସେମ୍ବେର ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ ।

୨୭ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୨୯ ସେପ୍ଟେମ୍ବର ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ତାଲିକା ଓ ସ୍ପଟ ଆମିଶନ ପାଇଁ ଅକ୍ଟୋବର ୪ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ ଓ ୫ରେ ପଞ୍ଜୀକରଣ କରିବେ । ଅକ୍ଟୋବର ୫ରେ ସ୍ପଟ ଆଡମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପରେ ମନୋନୀତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୭ରେ ନାମ ଲେଖାଇବେ । ଅକ୍ଟୋବର ମାସ ୮ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ ।

ସେପଟେ ସାରା ରାଜ୍ୟରେ ପ୍ରାୟ ୫୫ ହଜାର ସିଟ୍ ବୃଦ୍ଧି କରାଯାଇଛି । ଫଳରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଏବେ ପାଖାପାଖି ୫ ଲକ୍ଷ ସିଟ୍ ଉପଲବ୍ଧ ହେବ ।   ଏଥର ସଂଖ୍ୟାଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଟ୍ ବୃଦ୍ଧି ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ । ଶେଷରେ ସାରା ରାଜ୍ୟରେ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଥିଲା । ମୋଟ୍ ୭୨ ହଜାର ସିଟ୍ ବୃଦ୍ଧି ନେଇ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆବେଦନ ହୋଇଥିଲା ।

କଳାରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିବା ବେଳେ ୩୮ ହଜାର ସିଟ୍ ବୃଦ୍ଧିକୁ ଅନୁମତି ମିଳିଛି । ସେହିଭଳି ବିଜ୍ଞାନରେ ୨୫ ହଜାର ସିଟ୍ ପାଇଁ ଆବେଦନ ହୋଇଥିବା ବେଳେ ୧୩ ହଜାର ଓ ବାଣିଜ୍ୟରେ ୪ ହଜାର ସିଟ୍ ପାଇଁ ଆବେଦନ ହୋଇଥିବାବେଳେ ୩ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି। ଏହାପରେ ମୋଟ୍ ସିଟ୍ ସଂଖ୍ୟା ପହଁଚିଛି ୪ ଲକ୍ଷ ୯୮ହଜାର ୨୫୪ ରେ । ପିଲାଙ୍କ ଆଡ଼ମିଶନ ପାଇଁ କୌଣସି ମତେ ସିଟ୍ ଅଭାବ ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ସେହିଭଳି କୋଭିଡ୍ ପାଇଁ ନାମଲେଖା ଫି କୌଣସି ସ୍ଥାନରେ ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ ।