• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପାଠପଢ଼ା ପାଇଁ ରାଣୀର ସଂଘର୍ଷ

  • ଉଚ୍ଚ ଶିକ୍ଷା ଆଶାରେ ମଜୁରୀ କରୁଛନ୍ତି

ଆନନ୍ଦପୁର(ମୁନା ସିଂ) : ପାଠ ପଢ଼ି, ଡାକ୍ତର ହେବି, ରୋଗୀ ସେବା କରିବି . . . । ଶିକ୍ଷା ପାଇଁ ସଂଘର୍ଷ କରୁଛନ୍ତି ମେଧାବୀ ଝିଅ ରାଣୀ । ଭଗବନାଙ୍କ ସୃଷ୍ଟି ବଡ଼ ବିଚିତ୍ର । କେଉଁ ଜାଗାରେ ପାଠ ପଢିବା ନିମନ୍ତେ ଅଭିଭାବକ ମାନେ ନିଜ ଛୁଆଙ୍କ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେଉଁଠି ପାଠ ଦୁଇ ଅକ୍ଷର ପଢିବାକୁ ନିଜକୁ ମୂଲ ଲାଗିବାକୁ ପଡୁଛି । ଆଗକୁ ପଢ଼ିବାର ଆଶା ନେଇ ଘରର ବାରଣ ସତ୍ତ୍ୱେ ପର ଘରେ ମୂଲ ଲାଗି ଘର ଚଳାଇବା ସହ କିଛି ସଞ୍ଚୟ କରୁଛି ଗରିବ ମେଧାବୀ ଝିଅ ।

ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ସଙ୍ଗମ ଗାଁର ରାଣୀ ହେମ୍ବ୍ରମ । ଅଭାବ ଅନଟନ ଭିତରେ ହଜି ଯାଇଛି ମାଟ୍ରିକ ସଫଳତାର ଖୁସି । ରାତି ପାହିଲେ ଘାରୁଛି ପେଟ ଚିନ୍ତା । ପେଟ ସହିତ ଅଧିକ ପଢିବା ଆଶାରେ ସେ ସକାଳୁ ସକାଳୁ ସାଇକେଲ ଧରି ମୂଲ ଲାଗିବାକୁ ବାହାରି ଯାଉଛନ୍ତି । ରାଣୀ ଙ୍କ ବାପା ସଲଖାନ ହେମ୍ବମ ଦୁଇ ମାସ ତଳେ ମୃତ୍ୟୁ ବରଣ କରିଛନ୍ତି । ଘରେ ମା, ବଡଭାଇ ଓ ସାନ ଭଉଣୀ । ସମସ୍ତେ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ବେଳେ ରାଣୀର କିନ୍ତୁ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ । ମାଟ୍ରିକ ରେ ୫୧୧ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ତା’ର ବହୁତ ଇଚ୍ଛା । ସେଥିପାଇଁ ସେ ମୁଣ୍ଡରେ ଇଟା ମୁଣ୍ଡାଇ ସିମେଣ୍ଟ ବୋହି ରୋଜଗାର କରି ସଞ୍ଚୟ କରୁଛି ।

ରାଣୀ ସୁନ୍ଦରାପାଳ ଗଡଚଣ୍ଡୀ ଉଚ୍ଚ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ ପାସ କରିରି । ପିଲାଟି ଦିନରୁ ବେଶ୍ ମେଧାବୀ ଓ ବିଚକ୍ଷଣ । ପୂର୍ବରୁ ସେ ଅନେକ ବୃତ୍ତି ପରୀକ୍ଷାରେ ମଧ୍ୟ ସଫଳତା ହାସଲ କରିଛନ୍ତି । ତେବେ ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ବୃତ୍ତିରେ ପାଉଥିବା ଅର୍ଥକୁ ନେଇଯାଉଥିଲେ ରାଣୀର ବାପା । ଆଉ ତାକୁ ପାଠ ପଢିବାକୁ ବାରଣ କରୁଥିଲେ । ତେବେ ରାଣୀର ଇଛାଶକ୍ତି ଓ ଶିକ୍ଷକ ମାନଙ୍କ ସହଯୋଗ ଯୋଗୁ ରାଣୀ ଆଜି ଦଶ ରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପାରିଛି । ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଯଦି ରାଣୀଙ୍କ ଭବିଷ୍ୟତ ପାଇଁ ସହଯୋଗର ହାତ ବଢ଼ାନ୍ତେ, ତେବେ ସେ ଆଗକୁ ପାଠପଢ଼ି ଦେଶର ନାଁ ରଖିପାରନ୍ତା ।