• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇଥିବା ୧୨, ୩୨୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮,୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଅଫ୍‌ଲାଇନ୍‌ ପରୀକ୍ଷାରେ ରେଜଲ୍ଟରେ ପାସ୍ ହାର ୬୮.୬୬% ରହିଛି। ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜି ମାରି ନେଇଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୬୭.୭୬% ଥିବାବେଳେ ଛାତ୍ରଙ୍କ ପାସ୍ ହାର ୬୨.୭% ରହିଛି। 

କଳାରେ ୮,୯୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୬୧୫, ବିଜ୍ଞାନରେ ୨,୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୪୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ କଳାରେ ୬,୩୧୦ ଜଣ, ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧,୫୦୧ ଓ ଧନ୍ଦାମୂଳକ ଶିକ୍ଷାରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। 

  • କଳାରେ ପରୀକ୍ଷା ଦେଇଥିବା ୫,୭୦୧ ଛାତ୍ରଙ୍କ ମଧ୍ୟରୁ ୩,୫୮୬ ଜଣ ଛାତ୍ର ପାସ୍‌ କରିଛନ୍ତି। ସେହିପରି ୩,୯୭୫ ଛାତ୍ରୀଙ୍କ ମଧ୍ୟରୁ ୨,୭୨୪ ଜଣ ଛାତ୍ରୀ ପାସ୍‌ କରିଛନ୍ତି।
  • ବାଣିଜ୍ୟରେ ପରୀକ୍ଷା ଦେଇଥିବା ୪୨୦ ଛାତ୍ରଙ୍କ ମଧ୍ୟରୁ ୨୮୮ ଜଣ ଛାତ୍ର ପାସ୍‌ କରିଛନ୍ତି। ସେହିପରି ୨୦୩ ଛାତ୍ରୀଙ୍କ ମଧ୍ୟରୁ ୧୩୪ ଜଣ ଛାତ୍ରୀ ପାସ୍‌ କରିଛନ୍ତି।
  • ବିଜ୍ଞାନରେ ପରୀକ୍ଷା ଦେଇଥିବା ୧,୪୮୬ ଛାତ୍ରଙ୍କ ମଧ୍ୟରୁ ୯୨୮ ଜଣ ଛାତ୍ର ପାସ୍‌ କରିଛନ୍ତି। ସେହିପରି ୮୪୬ ଛାତ୍ରୀଙ୍କ ମଧ୍ୟରୁ ୫୭୩ ଜଣ ଛାତ୍ରୀ ପାସ୍‌ କରିଛନ୍ତି।
  • ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିବା ୨୬୪ ଛାତ୍ରଙ୍କ ମଧ୍ୟରୁ ୧୩୪ ଜଣ ଛାତ୍ର ପାସ୍‌ କରିଛନ୍ତି। ସେହିପରି ୧୭୬ ଛାତ୍ରୀଙ୍କ ମଧ୍ୟରୁ ୯୩ ଜଣ ଛାତ୍ରୀ ପାସ୍‌ କରିଛନ୍ତି।
Odisha +2 offline results

ଯୁକ୍ତ ଦୁଇ ଅଫ୍‌ଲାଇନ୍‌ ପରୀକ୍ଷା ଫଳ