• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ସର୍ବ ଭାରତୀୟ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା JEE ମେନ । ଜେଇଇ ମେନ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆଜିଠାରୁ ସାରାଦେଶରେ ଆରମ୍ଭ ହୋଇଛି । ଆସନ୍ତା ୨୨, ୨୫, ଓ ୨୭ ତାରିଖରେ ମଧ୍ୟ ଅ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ସାରା ଦେଶରୁ ୭ ଲକ୍ଷ ୯ ହଜାର ୫୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଓଡ଼ିଶାର ୧୯ ହଜାର ୯୫୪ ଜଣ ଛାତ୍ର ଛାତ୍ରୀ JEE MAIN ପରୀକ୍ଷା ଦେଉଛନ୍ତି ।

ଦେଶର ୩୩୪ ଟି ସହରର ୬୬୦ ଟି କେନ୍ଦ୍ରରେ ପରୀକ୍ଷା ହେଉଥିବା ବେଳେ ଓଡ଼ିଶାର ୧୯ଟି ସହରର ୩୫ଟି କେନ୍ଦ୍ରରେ ପରୀକ୍ଷା ହେଉଛି । ସମସ୍ତ କେନ୍ଦ୍ରରେ କୋଭିଡ ଗାଇଡ଼ ଲାଇନ ପାଳନ କରି ପରୀକ୍ଷା ହେଉଛି । ସକାଳ ୯ ରୁ ୧୨ଟା ଓ ଅପରାହ୍ନ ୩ ରୁ ୬ଟା ପର୍ଯ୍ୟନ୍ତ ୨ ସିଟରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା ସହ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ୍ କରାଯାଇଛି । ସେହିପରି ପରୀକ୍ଷା କେନ୍ଦ୍ରକୁ ଘଣ୍ଟା, ମୋବାଇଲ ଭଳି ଇଲେକ୍ଟ୍ରୋନିକ ସାମଗ୍ରୀ ନେବା ଉପରେ ବାରଣ ରହିଛି । ପରୀକ୍ଷା କେନ୍ଦ୍ର ପ୍ରବେଶ ପଥରେ ଗହଳି ନକିରବାକୁ ପରୀକ୍ଷାର୍ଥୀଙ୍କୁ ରିପୋର୍ଟିଂ ଲାଗି ଟାଇମ୍‌ ସ୍ଲଟ ମଧ୍ୟ ଦିଆଯାଇଥିଲା । ଝରକା ଖୋଲା ରଖିବା ସହ ଫ୍ୟାନ୍‌ ଚଳାଇବା ପାଇଁ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତର ମୋଟ ୯୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ୁଛି । ପ୍ରାର୍ଥୀଙ୍କୁ ମୋଟ ୭୫ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ପ୍ରତ୍ୟେକ ପ୍ରଶ୍ନ ୪ମାର୍କର ଅଟେ , ତେବେ ଭୁଲ ଉତ୍ତର ପାଇଁ ମାଇନସ୍ ମାର୍କିଂ କରାଯିବ । ତେଣୁ ପ୍ରାର୍ଥୀମାନେ JEE Main 2021 ରେଜଲ୍ଟରେ ଭଲ ସ୍କୋର କରିବାକୁ ଅନେକ ଭାବିଚିନ୍ତି ପ୍ରଶ୍ନ ଗୁଡିକର ସମାଧାନ କରିବା ଆବଶ୍ୟକ ।