ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ : ଶିଳାନ୍ୟାସ ପରେ ବି ତିଆରି ହୋଇପାରୁନି ଆଦର୍ଶ ବିଦ୍ୟାଳୟ

ଆଦର୍ଶ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରି ଭୁଲିଯାଇଛନ୍ତି ସରକାର । ଏପଟେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଆଜି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି ।

ଆଦର୍ଶ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରି ଭୁଲିଯାଇଛନ୍ତି ସରକାର

ରେଢାଖୋଲ (ରମାକାନ୍ତ ମହାନନ୍ଦ) : ଆଦର୍ଶ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରି ଭୁଲିଯାଇଛନ୍ତି ସରକାର । ଏପଟେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଆଜି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି । ଫଳରେ ଦୁଇ ବର୍ଷ ହେଲାଣି ନାଁ ଲେଖା ସହ ପାଠପଢାରୁ ବଂଚିତ ହେଉଛନ୍ତି ଛାତ୍ରଛାତ୍ରୀ । କେବଳ ଚିଠି ଦିଆନିଆରେ ଅଟକି ଯାଇଛି ନିର୍ମାଣ କାର୍ଯ୍ୟ ।

ଗୁଣାତ୍ମକ ଶିକ୍ଷା ତଥା ସିବିଏସି ଢାଂଚାରେ ଗ୍ରାମାଂଚଳର ଛାତ୍ରଛାତ୍ରୀ ଶିକ୍ଷାର ସୁଯୋଗ ପାଇବା ପାଇଁ ରାଜ୍ୟ ସରକାରଙ୍କ ଓଡିଶା ଆଦର୍ଶ ବିଦ୍ୟାଳୟର ପରିକଳ୍ପନା । ହେଲେ ରେଢାଖୋଲ ବ୍ଲକରେ ବିଦ୍ୟାଳୟ ତିଆରି ପାଇଁ ଜମିଚିହ୍ନଟ ପରେ ଅଟକି ଯାଇଛି ନିର୍ମାଣ କାର୍ଯ୍ୟ । ନିର୍ମାଣ କାର୍ଯ୍ୟ ପାଇଁ ବିଭାଗୀୟ ଟେଣ୍ଡର ପ୍ରକ୍ରିୟାରେ ମନ୍ଥରତା ଯୋଗୁଁ ଆଜିକୁ ଦେଢବର୍ଷ ହେଲାଣି ପଡିରହିଛି । ୨୦୧୯ରେ ରେଢାଖୋଲ ବିଧାୟକ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ହେଲେ ଏବେ ସୁଦ୍ଧା ଆଦର୍ଶ ବିଦ୍ୟାଳୟ ପାଇଁ ପାଇଁ ମାଟି ମୁଠାଏ ପଢିପାରିଲାନି । 

ଯେଉଁ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରାଥମିକ ସ୍ତରରେ ଜମି ଚିହ୍ନଟ କରି ଶିଳାନ୍ୟାସ କରାଗଲା, ସେହି ସ୍ଥାନରେ ବନବିଭାଗର ଅନୁମତି ସମସ୍ୟା ପାଇଁ ହସ୍ତାନ୍ତର ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ଶେଷରେ ପ୍ରାୟ ବର୍ଷେ ପୂର୍ବରୁ ୨୦୨୦ ରେ ଏକ ଏକର ଜାଗା ରେଢାଖୋଲ ତହସିଲରୁ ମିଳିଥିବା ନେଇ ଓ ସେହି ସ୍ଥାନରେ ନିର୍ମାଣ କରିବା ପାଇଁ ଚିଠି କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଆଦର୍ଶ ବିଦ୍ୟାଳୟର ଘର ନିର୍ମାଣ ଟେଣ୍ଡର କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିନି ।

ଜାଗା ଚିହ୍ନଟ, ଟେଣ୍ଡେର ପ୍ରକ୍ରିୟାରେ ବିଭାଗୀୟ ଅଧିକାରୀମାନଙ୍କ ଅହେତୁକ ବିଳମ୍ବ ପାଇଁ ଆଜି ଏହି ଅବସ୍ଥାରେ ପଡି ରହିଛି ଆଦର୍ଶ ବିଦ୍ୟାଳୟର ଭବିଷ୍ୟତ । ରେଢାଖୋଲ ଶିକ୍ଷା ବିଭାଗ ଓ ତହସିଲ ବିଭାଗର ଅଧିରକାରୀ ମାନଙ୍କ ପ୍ରତିକ୍ରିୟାରୁ ଜଣାପଢୁଛି ସରକାରୀ ସ୍ଥାଣୁତା ପାଇଁ ଆଦର୍ଶ ବିଦ୍ୟାଳୟର କାଗଜପତ୍ର ଆଗେଇ ପାରୁନି ।