• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ରାଜଧାନୀରେ ଆତଙ୍କରାଜ

  • ଆହତ ଯୁବକ ମେଡ଼ିକାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ରାଜଧାନୀରେ ପୁଣି ଥରେ ଆତଙ୍କରାଜ କରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଛକରେ ଆଜି ଜଣେ ବାଇକ୍ ଆରୋହୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବାଇକ୍ ଆରୋହୀଙ୍କୁ ୧୦ରୁ ଉର୍ଦ୍ଧ୍ୱ ଯୁବକ ଘେରି ଯାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ୍।

ଟ୍ରାଫିକ ଛକ ଉପରେ ଆତଙ୍କ ଖେଳାଇଛନ୍ତି ଆକ୍ରମଣକାରୀ। ଖଟିକୁ ନେଇ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଛି ବୋଲି ଆହତ ଜଣକ କହିଛନ୍ତି। ଆହତ ଯୁବକ ପୂର୍ବ ରାଗ ନେଇ ଆଜି ତାଙ୍କୁ ଇଟାରେ ଛେଚିଥିବା ଅଭିଯୋଗ ମଧ୍ୟ କରିଛନ୍ତି। ତାଙ୍କ ଗାଡ଼ିକୁ ମଧ୍ୟ ବାଡ଼େଇ ଚୁନା କରିଥିବା ଅଭିଯୋଗ କରିଛନ୍ତି ଆହତ ଯୁବକ। ପୋଲିସ ଘଟଣାରେ ତନାଘନା ଜାରି ରଖିଛି।