• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଝାରସୁଗୁଡ଼ା: ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡାରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ଘରୁ ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ୩ ଜଣ ହେଲେ ୨୮ ବର୍ଷୀୟା ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାର ଫେରାର ଥିବା ବେଳେ   ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ଟେର ପାଇପାରିନି।

ସୂଚନା ଅନୁସାରେ, ନାରାୟଣ ଓ ସୋନି ନିଜ ୨ ଝିଅଙ୍କ ସହ ଗଙ୍ଗାନଗର ଫାଟକପଡାରେ ରହୁଥିଲେ। ଆଜି ସକାଳେ ଘରେ ନାରାୟଣ ନ ଥିବା ବେଳେ ମା’  ଓ ୨ ଝିଅଙ୍କ ମୃତଦେହ ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମା’ ଓ ୨ ଝିଅ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଛି, ତାହା ଜଣାପଡ଼ି ନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି। 

ଅନ୍ୟପକ୍ଷେ, ଖୋର୍ଦ୍ଧା ବାଣପୁରର ଶାଳିଆ ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ଧରି ଖୋଜାଖୋଜି ପରେ ଆଜି ଅଗ୍ନିଶମ ବାହିନୀ ନିଖୋଜ ଚରଣ ବେହେରାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସ୍ଥାନୀୟ ବରସାହୀ ନିକଟରୁ ଚରଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଗାଧୋଇବାକୁ ଯାଇ ଚରଣ ନିଖୋଜ ହୋଇଯାଇଥିଲେ।