• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କର ଆୟ ବର୍ହିଭୂତ ସମ୍ପତ୍ତିର ମୂଲ୍ୟାୟନ

  • ୬ କୋଟି ୯୭ ଲକ୍ଷ ୧୫ ଜହାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ

  • ନିଜ ଆୟ ଠାରୁ ପ୍ରାୟ ୨୨୧ ଗୁଣା ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନା

  • ବିପୁଳ ସମ୍ପତ୍ତି ଠୁଳ କରିବା ନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି

  • ସମ୍ପତ୍ତିର ମୂଲ୍ୟାୟନ ନେଇ ଆଉ ଅଧିକ ଖୋଳତାଡ଼ ଜାରି ରହିଛି

ଭୁବନେଶ୍ୱର : କୁବେର କନେଷ୍ଟବଳଙ୍କ ୨୧୧ଗୁଣା ଅଧିକ ସମ୍ପତ୍ତି । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲୁଛି । ତାଙ୍କ ଠାରୁ ପ୍ରାୟ ୭କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆ ଯାଇଥିବା ପ୍ରେସନୋଟ୍ ଅନୁଯାୟୀ, ପ୍ରସନ୍ନଙ୍କ ଠାରୁ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଆୟ ଠାରୁ ପ୍ରାୟ ୨୨୧ ଗୁଣା ଅଧିକ ସମ୍ପତ୍ତି ସେ ଠୁଳ କରିଛନ୍ତି ।

ଭିଜିଲାନ୍ସ ପକ୍ଷରୁ ପଚରାଉଚରା ବେଳେ ବିପୁଳ ସମ୍ପତ୍ତି ଠୁଳ ନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ସ୍ପଷ୍ଟ ହେବା ପରେ ପ୍ରସନ୍ନ ଓ ତାଙ୍କ ପତ୍ନୀଙ୍କ ସମେତ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏଥିସହ ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯିବ ବୋଲି ଭିଜିଲାନ୍ସ ଏଡିଜି ଯଶୋବନ୍ତ ଜେଠୁଆ ସୂଚନା ଦେଇଛନ୍ତି । ପ୍ରସନ୍ନଙ୍କ ସମ୍ପତ୍ତିର ମୂଲ୍ୟାୟନ ନେଇ ଆଉ ଅଧିକ ଖୋଳତାଡ଼ ଜାରି ରହିଛି ।

 

ସୂଚନାଯୋଗ୍ୟ ହୋଟେଲ୍ ସାଉଥ୍ ସିଟିରେ ବିନା ଲାଇସେନ୍ସ ଓ କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍ ଚଳାଉଥିବା ମାମଲାରେ ସଂପୃକ୍ତ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଅକ୍ଟୋବର ୨୪ରେ ବହିଷ୍କାର କରାଯାଇଥିଲା । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କୃତ କରିଥିଲେ । ପ୍ରସନ୍ନ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଏବଂ ୫ଟି ଫୌଜଦାରୀ ମାମଲା ରହିଥିଲା । ଅକ୍ଟୋବର ୨୩ରେ ପ୍ରସନ୍ନଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିବାବେଳେ ଦିନକ ପୂର୍ବରୁ ନିଲମ୍ବିତ କରାଯାଇଥିଲା । ନିଜ ଭାଇ ନାଁରେ ଲିଜ୍ ନେଇ ବେଆଇନ ଭାବେ ହୋଟେଲ୍ ସାଉଥ୍ ସିଟି ବାର୍‌କୁ ଅପରେଟ୍ କରୁଥିଲା ନିଜେ ପ୍ରସନ୍ନ ।