• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର: ବାପା ଝିଅର ସମ୍ପର୍କ । ଏହି ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇବା ବି ଭୁଲ । କେହି କେବେ ବି ଏହି ସମ୍ପର୍କକୁ ଖରାପ ନଜରରେ ଦେଖିବା ତ ଦୂରର କଥା ଭାବିପାରନ୍ତି ନାହିଁ ମଧ୍ୟ । କାରଣ ଝିଅ ଜନ୍ମ କରିଥିବା ବାପା ମଧ୍ୟ ସହସା ମାଆର ସ୍ନେହ ଓ ପ୍ରେମ ଗୁଣର ଅଧିକାରୀ । ଯଦି କେବେ ପୁଅ ଉପରେ ବାପା ରାଗନ୍ତି ଘରେ ଗୋଟେ ଝଡ଼ ବହିଯାଏ । ସହଜରେ ଅନୁମାନ କରିହୁଏ ଯେ, ବାପା ପୁଅକୁ ଶାସନ କରୁଛନ୍ତି । କିନ୍ତୁ, ସେହି ବାପା ଯେତେବେଳେ ଝିଅ ଉପରେ ରାଗନ୍ତି, ନକଲି ରାଗର ଫଁ ଫଁ ଶବ୍ଦ ଛଡ଼ା ଆଉ କିଛି ନଥାଏ ସେଥିରେ । ରାଗର ଆଭାସ କାଁ ଭାଁ ବାହାରେ ।

ଯେଉଁ ନକଲି କ୍ରୋଧ ବାପା ପ୍ରକାଶ କରନ୍ତି, ସେ ନକଲି କ୍ରୋଧ ଦେଖି ଝିଅ ଫୁଲେଇ ହୋଇ କାନ୍ଦେ । ଆଉ ବାପାଙ୍କର ସେ ନକଲି କ୍ରୋଧ, ନିଆଁରେ ପାଣିପଡ଼ିଲା ପରି ଆଖି ପିଛୁଳାକେ କୁଆଡ଼େ ପଳାଏ । ଝିଅ ମାଆର ପଣତ କାନିରେ ଆଶ୍ରୟ ନିଏ ସତ; କିନ୍ତୁ, ଝିଅର ପ୍ରକୃତ ବଳ ତା ବାପା ହୋଇଥାଏ । ପୋଷାକ ଯିଏ ଯେତେ ଟଙ୍କା ଦେଇ କିଣି ଦେଉ ପଛେ, ସବୁବେଳେ ବାପା ଆଣିଥିବା ପୋଷାକ ଝିଅର ପ୍ରଥମ ପସନ୍ଦ । ଝିଅ ଅଖିରୁ ଟୋପାଏ ଲୁହ ବାହାରିଲେ ବାପା ଦେହରୁ ରକ୍ତ ନିଗିଡ଼ି ପଡ଼ିଲା ଭଳି ଲାଗେ ।

ତେବେ ଏଭଳି ଏକ ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ଜଣେ ସୈତାନ ବାପା ନିଜ ଝିଅ ଉପରେ ପକାଇଛି ଲୋଲୁପ ଦୃଷ୍ଟି । କାଠ ଆଣିବାକୁ ବାପ ଝିଅ ଉଭୟ ଯାଇଥିଲେ ଜଙ୍ଗଲକୁ । ଆଉ ସେଠାରେ ବଢ଼ିଲା ଝିଅକୁ ଦେଖି ବାପା ଅସ୍ଥିର ହୋଇଥିଲା । ଏମିତିକି ଝିଅ ସହ ଜୋର ଜବରଦସ୍ତ କରିଥିଲା । ଝିଅ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ।

ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ । ମହାଦେବପାଲି ଗାଁର ଭାଗବତ ବେହେରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । କିଛି ଦିନ ପୂର୍ବରୁ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଭାଗବତ ବିବାହ କରିଥିଲେ । ପୂର୍ବରୁ ଉକ୍ତ ମହିଳାଙ୍କର ଜଣେ ବଢ଼ିଲା ଝିଅ ଥିଲେ । ଝିଅକୁ ବୟସ ମାତ୍ର ୧୩ ବର୍ଷ ।

ମଙ୍ଗଳବାର ବାପା ଭାଗବତ ଓ ନାବାଳିକା ଝିଅ ଉଭୟ ଜଙ୍ଗଲକୁ ଯାଇଥିଲେ କାଠ ଆଣିବାକୁ । ଆଉ ସେହି ସମୟରେ ଶୈତାନ ହେଇଯାଇଥିଲା ସାବତ ବାପା । ନାବାଳିକା ଝିଅକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ବାପାର ଏଭଳି ରୂପ ଦେଖି ଝିଅ ଚିତ୍କାର କରିବାକୁ ଲାଗିଥିଲା । ଜଙ୍ଗଲ ଭିତରେ ଚିତ୍କାର ଶୁଣି ଆଖାପାଖରେ ଥିବା କାଳୀଝରଣ ଗାଁର କିଛି ଲୋକ ସେଠାକୁ ଧାଇଁ ଆସିଥିଲେ । ଆଉ ଶୈତାନ ବାପା କବଳରୁ ନାବାଳିକା ଝିଅକୁ ଉଦ୍ଧାର କରିଥିଲେ ।

ଖାଲି ସେତିକି ନୁହେଁ ଗାଁ ଲୋକ ଝିଅକୁ ଉଦ୍ଧାର କରିବା ସହ ଶୈତାନ ବାପାକୁ ପୋଲିସ ଜିମା ଦେଇଥିଲେ । ଅଭିଯୋଗକୁ ଭିତ୍ତିକରି ପୁଇଁନ୍ତଲା ପୋଲିସ ଏକ ମାମଲା ରୁଜୁ କରି ଭାଗବତକୁ ଗିରଫ କରିଛି । ବୁଧବାର ଭାଗବତର ମେଡିକାଲ ପରୀକ୍ଷା ପରେ, ତାକୁ କୋର୍ଟ ଚାଲାଣ କରାଯିବ ।