• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର: ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ନୂଆ ଟ୍ୱିଷ୍ଟ । ମୃତ ମମିତା ମେହେରଙ୍କ ବାପା ସୁଚନ୍ଦ୍ର ମେହେର ବିବାଦୀୟ ବୟାନ ଦେବାର ଦେଢ ମାସ ପରେ ତାଙ୍କ ୧୬୪ ବୟାନ ରେକର୍ଡ କରାଇଲା ପୋଲିସ । ମମିତା ନିଖୋଜ ହେବା ପରଠାରୁ ଚର୍ଚ୍ଚାରେ ରହି ଆସିଥିଲା ସୁଚନ୍ଦ୍ରଙ୍କ ବୟାନ । ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ନେଇ ଗଣମାଧ୍ୟମରେ ବୟାନ ଦେଇଥିଲେ ସୁଚନ୍ଦ୍ର । ହେଲେ ପରେ ସୁଚନ୍ଦ୍ର ବାରମ୍ବାର ବୟାନ ବଦଳାଉଥିଲେ ।

ଏହାପରେ ବିରୋଧୀ ଅଭିଯୋଗ କରିଥିଲେ ଯେ, ଚାପରେ ଆସି ସୁଚନ୍ଦ୍ର ବୟାନ ବଦଳାଉଛନ୍ତି । ହେଲେ ୧୬୪ରେ ବୟାନ୍ ରେକର୍ଡ କରାଗଲା ପରେ ସମସ୍ତଙ୍କ ମୁହଁ ବନ୍ଦ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ବାରମ୍ବାର ବୟାନ ବଦଳାଉଥିବା ସୁଚନ୍ଦ୍ର ପୋଲିସ ଆଗରେ କ’ଣ କହିଛନ୍ତି ? ଯେଉଁ ବୟାନ ରେକର୍ଡ କରାଯାଇଛି ସେଥିରେ କ’ଣ କହିଛନ୍ତି ସୁଚନ୍ଦ୍ର ? ପୁଣି ଥରେ ନୂଆ ପ୍ରସଙ୍ଗ ଉଠାଇ ନାହାନ୍ତି ତ ?

ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସମ୍ପୃକ୍ତି ନେଇ ପ୍ରଥମେ ସୁଚଦ୍ର ହିଁ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ । ଏପରିକି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ବାରମ୍ବାର ସେହି କଲେଜକୁ ଆସୁଥିଲେ ବୋଲି କହିଥିଲେ । ଖାଲି ସେତିକି ନୁହେଁ ସେହି କଲେଜରେ ଗୋବିନ୍ଦ ସାହୁ ସେକ୍ସ ରାକେଟ୍‌ ଚଳାଇଥିଲା ବୋଲି ଅଭିଯୋଗ କରିଥିଲେ । ତାଙ୍କ ଝିଅ ମମିତା ଏହାକୁ ବିରୋଧ କରିବା ସହ ସବୁ ପ୍ରମାଣ ମଧ୍ୟ ରଖିଥିଲା । ତେଣୁ ତାକୁ ରାସ୍ତାରୁ ହଟାଇ ଦେଲେ । ଏଭଳି ସାଂଘାତିକ ଅଭିଯୋଗ ଆଣିଥିବା ସୁଚନ୍ଦ୍ର ପରେ କିନ୍ତୁ ନିଜର ବୟାନ ବଦଳାଇଦେଲେ ।

ହେଲେ ପ୍ରଥମେ ଗଣମାଧ୍ୟମ ଆଗରେ ସୁଚନ୍ଦ୍ର ଯେଉଁ ବୟାନ ଦେଇଥିଲେ, ତାକୁ ନେଇ ସାରା ରାଜ୍ୟରେ ତୁମ୍ବି ତୁଫାନ୍‌ କରିଥିଲେ ବିରୋଧୀ । ରାଜନୀତି ସରଗରମ ହୋଇଥିଲା । ସାରା ରାଜ୍ୟରେ ମମିତା ନିଆଁ ଦେଖିବାକୁ ମିଳିଥିଲା । ଏମିତିକି ଦିଲ୍ଲୀରେ ମଧ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତାଫା ଦାବି କଥା ଉଠିଥିଲା ।

ହେଲେ ଏହାପରେ ହଠାତ୍‌ ନିଜ ମତ ପରିବର୍ତ୍ତନ କରିଥିଲେ ସୁଚନ୍ଦ୍ର । ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ପୂର୍ବରୁ ‘ମମିତାଙ୍କ ଖବର ଆଉ ପ୍ରସାରଣ କରନ୍ତୁ ନାହିଁ ବୋଲି କହିଥିଲେ । ଖବର ପ୍ରସାରଣ ଦ୍ୱାରା ତାଙ୍କର ମାନ ସମ୍ମାନ ହାନି ହେଉଛି । ତାଙ୍କ ଝିଅର ଚରିତ୍ରକୁ ଆକ୍ଷେପ କରାଯାଉଛି । ଏମିତିକି ପୋଲିସର ତଦନ୍ତରେ ସେ ସନ୍ତୁଷ୍ଟ ବୋଲି ମଧ୍ୟ କହିଥିଲେ ।