• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଛାତ୍ରଙ୍କୁ ରାଗିଂ?

  • ୩ୟ ବର୍ଷ ଛାତ୍ରଙ୍କୁ ୪ର୍ଥ ବର୍ଷ ଛାତ୍ରଙ୍କ ମାଡ଼ ଅଭିଯୋଗ

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ଜଣେ ୩ୟ ବର୍ଷ ଛାତ୍ରଙ୍କୁ ୪ର୍ଥ ବର୍ଷ ଛାତ୍ରଙ୍କ ମାଡ଼ ଅଭିଯୋଗ । କାଲି ରାତିରେ ଏକ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି । ଛାତ୍ରଙ୍କ ମୁହଁ, ପିଠି, ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତେବେ କିଛି ଦିନର ଅନ୍ତର ପରେ ପୁଣି ଭିସୁଟ୍‌ରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ତେବେ ପୂର୍ବରୁ ରାଗିଂର ଦୁଇଟି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା। ଭାଇରାଲ ଭିଡ଼ିଓ ମଧ୍ୟରୁ ଗୋଟିକରେ ୫୦ରୁ ଅଧିକ ଛାତ୍ରଙ୍କୁ ୧୦୦ରୁ ଅଧିକ ଛାତ୍ର ରାଗିଂ କରୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଉକ୍ତ ୫୦ ଜଣ ହେଉଛନ୍ତି ଦ୍ୱିତୀୟ ବର୍ଷର ଛାତ୍ର ବୋଲି ସୂଚନା ମିଳିଥିଲା ।

ସେହିପରି ଅନ୍ୟ ଭିଡିଓଟିରେ ନବାଗତ ଛାତ୍ରମାନଙ୍କୁ ରାଗିଂ କରାଯାଉଥିବା ଦେଖିବାକୁ ମିଳିଥିଲା। ଏଥିରେ ସେମାନଙ୍କ ସାର୍ଟ ଚିରି ସେମାନଙ୍କୁ ଅପମାନିତ କରାଯାଉଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଭିଏସ୍‌ଏସ୍‌ୟୁଟି ହେଉଛି ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଗିଂକୁ ଦୃଷ୍ଟିରେ ରଖି ଏଠାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମ ବର୍ଷର ଛାତ୍ରଙ୍କୁ ଏକ ସ୍ୱତନ୍ତ୍ର ହଷ୍ଟେଲ୍‌ରେ ରଖନ୍ତି। ତା’ପର ବର୍ଷ ଅର୍ଥାତ୍‌ ଦ୍ୱିତୀୟ ବର୍ଷରେ ଏହି ଛାତ୍ରମାନଙ୍କୁ କମନ୍‌ ହଷ୍ଟେଲ୍‌କୁ ସ୍ଥାନାନ୍ତର କରାଯାଇଥାଏ, ଯେଉଁଠି ତୃତୀୟ ଓ ଚତୁର୍ଥ ବର୍ଷ ଛାତ୍ରମାନେ ରହୁଥିବା ନେଇ ସୂଚନା ମିଳିଛି।