• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କେନ୍ଦ୍ରାପଡ଼ା: ଦିଅରଙ୍କ ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛନ୍ତି ୨ ଭାଉଜ, ବୁଢ଼ୀ ମାଆ ଓ ପରିବାରର କୁନିକୁନି ପିଲା। କେତେବେଳେ ରାସ୍ତାରେ ତ ଆଉ କେତେବେଳେ ଘରକୁ ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି। କାରଣ ଘରେ କେହି ରୋଜଗାରିଆ ନାହାନ୍ତି। ଯେଉଁମାନେ ଥିଲେ ସେମାନଙ୍କ ଭିତରୁ ଜଣେ ସ୍ୱର୍ଗରେ, ଆଉ ୨ ଜଣ ଜେଲ୍‌ରେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଚ୍ୟୁତପୁର ଗାଁରେ।

ସୂଚନା ଅନୁସାରେ, ଗତମାସ ୧୨ ତାରିଖରେ ଭାରିଗଦା ପ୍ରସ୍ତାବିତ ମେଗା ଜଳପ୍ରକଳ୍ପ ଭଙ୍ଗାରୁଜା ଘଟଣାରେ ଗୋଟିଏ ପରିବାରର ୨ ରୋଜଗାରିଆ ଭାଇ ଅନିରୁଦ୍ଧ ମଲିକ ଓ ଶଙ୍କର୍ଷଣ ମଲିକଙ୍କୁ ପୋଲିସ ରାତି ଅଧିଆ ଗିରଫ କରି ଜେଲ୍ ପଠାଇଛି। ସେପଟେ ବେଙ୍ଗଳୁରୁରେ ଥିବା ସବା ସାନ ଭାଇ ରବୀନ୍ଦ୍ର ମଲିକ ୨ ଭାଇଙ୍କୁ ମୁକୁଳାଇ ନପାରିବାରୁ ଭାଙ୍ଗିପଡ଼ି ଗତ ୮ ତାରିଖରେ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ କହିଛନ୍ତି। 

ଏଭଳି ଦାରୁଣ ଦୁଃଖ ସାଙ୍ଗକୁ ମାସାଧିକ କାଳ ଘରେ କେହି ରୋଜଗାରିଆ ନଥିବାରୁ, ପରିବାର ଭୋକ ଉପାସରେ ରହୁଛନ୍ତି। ଏଭଳି ସ୍ଥିତିରେ ମୃତ ରବୀନ୍ଦ୍ରଙ୍କ ଶୁଦ୍ଧିକ୍ରିୟା ପାଇଁ ଘରର ମହିଳା ଓ ଶିଶୁଙ୍କୁ ଭିକ୍ଷାବୃତ୍ତି ଆପଣେଇବାକୁ ପଡ଼ିଛି।