• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

News Highlights

  • ଭିଆନ୍ ଇଣ୍ଡଷ୍ଟ୍ରିଜ୍ ବ୍ୟାନରରେ କାମ କରିଛନ୍ତି ସେକ୍ସପିୟର ତ୍ରିପାଠୀ

  • ସେକ୍ସପିୟରଙ୍କ ଦାବି, ସମ୍ପୃକ୍ତ ଫିଲ୍ମରେ ଆଦୌ ଅଭିନୟ କରିନି

  • ଅଭିନେତ୍ରୀ ଗେହେନା ବଶିଷ୍ଠଙ୍କୁ କ୍ରାଇମବ୍ରାଞ୍ଚର ସମନ, ରାଜ କୁନ୍ଦ୍ରାଙ୍କୁ ଘାଣ୍ଟିପାରେ ଇଡି

ଭୁବନେଶ୍ୱର: ବଲିଉଡ୍‌ରେ ଅଶ୍ଲୀଳ ଫିଲ୍ମ ନିର୍ମାଣ କରି ବିବାଦୀୟ ହୋଇ ପଡ଼ିଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସ ସହ ଓଡିଆ ଅଭିନେତାଙ୍କ ଲିଙ୍କ୍। ରାଜ୍ କୁନ୍ଦ୍ରାଙ୍କ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ତଥା ହଟସ୍ପଟ୍ ଓଟିଟି ପ୍ଲାଟଫର୍ମ ପାଇଁ ନିର୍ମିତ କେତେକ ଫିଲ୍ମରେ ଅଭିନୟ କରିଛନ୍ତି ଓଡ଼ିଶାର ସେକ୍ସପିୟର ତ୍ରିପାଠୀ। ପର୍ଣ୍ଣ ବା ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ହଟସ୍ପଟ୍‌ରେ ଏହାକୁ ଅପଲୋଡ୍ ଅଭିଯୋଗକୁ ନେଇ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ତେବେ ଅଭିନେତ୍ରୀ ଓ ମଡେଲମାନଙ୍କୁ ଧମକଚମକ ଦେଇ ସେମାନଙ୍କୁ  ନଗ୍ନ ସିନ୍ କରିବାକୁ ବାଧ୍ୟ କରିବା ନେଇ ହୋଇଥିବା ଏକ ମାମଲାର ଖୋଳତାଡ଼ ବେଳେ କୁନ୍ଦ୍ରାଙ୍କ କଳା କାରନାମା ପଦାକୁ ଆସିଛି।

ଆଉ ଏହି ମାମଲାର ଖୋଳତାଡ଼ ଚାଲିଥିବା ବେଳେ ସାମ୍ନାକୁ ଆସିଛନ୍ତି ଓଡିଆ ଅଭିନେତା ସ୍କେକ୍ସପିୟର ଚ୍ରିପାଠୀ। ୨ ବର୍ଷ ହେବ ସେକ୍ସପିୟର କୁନ୍ଦ୍ରାଙ୍କ ବ୍ୟାନରରେ ସକ୍ରିୟ ଭାବେ କାମ କରୁଥିଲେ। ତେବେ କୁନ୍ଦ୍ରା ଯେଉଁ ମାମଲାରେ ଗିରଫ ହୋଇଛନ୍ତି, ତା ସହ ତାଙ୍କ ଅଭିନୟ କି ଫିଲ୍ମର କୌଣସି ଲିଙ୍କ୍ ନଥିବା କହିଛନ୍ତି ସେକ୍ସପିୟର। ହଟ୍‌ସ୍ପଟ୍ ଆପ୍ ପାଇଁ ନିର୍ମିତ ଫିଲ୍ମ ପେଜ୍-ଥ୍ରୀ ଓ ସୁରତାଲରେ କୌଣସି ଅଶ୍ଲୀଳ ଦୃଶ୍ୟ ନଥିବା ସେ ସଫେଇ ଦେଇଛନ୍ତି। ତେବେ ବେଆଇନ୍ କାମ ପାଇଁ କୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସ ସ୍କାନରକୁ ଆସିବା ପରେ, ସେ ଚକିତ ଓ ମର୍ମାହତ ବୋଲି ସେକ୍ସପିୟର କହିଛନ୍ତି।
 

ପ୍ରଶ୍ନ ଉଠୁଛି ଅଭିନୟକୁ କ୍ୟାରିୟର କରିବାକୁ ମୁମ୍ବାଇ ସଂଘର୍ଷ କରୁଥିବା ଓଡ଼ିଆ କଳାକାର ସେକ୍ସପିୟର କୁନ୍ଦ୍ରାଙ୍କ ସଂସ୍ପର୍ଶରେ ଆସିଲେ କେମିତି? କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ସେକ୍ସପିୟର ଜାଣିଥିଲେ ନା ନାହିଁ ? ଏହାର ଯବାବରେ ସେକ୍ସପିୟର କହିଛନ୍ତି, ରାଜ୍ କୁନ୍ଦ୍ରା ବଲିଉ଼ଡର ଏକ ଜଣାଶୁଣା ନାଁ। ଲକଡାଉନ୍ ସମୟରେ ହାତରେ କାମ ନଥିଲା। ଭଲ ବ୍ୟାନର ଆଉ ଭଲ ଅଫର ଭାବି କାମ କରିଥିଲି କିନ୍ତୁ ଏସବୁ ଆଗରୁ ଜାଣିଥିଲେ ଆଦୌ କାମ କରି ନଥାନ୍ତି।

 

ଏପଟେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ପ୍ରସାରଣ ମାମଲାରେ ଛାନଭିନ୍ ଜାରି ରଖିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ୍। ମାମଲାରେ ପୂର୍ବରୁ ଗିରଫ ହୋଇ ଜାମିନ୍‌ରେ ଥିବା ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ସମନ କରିଛି କ୍ରାଇମବ୍ରାଞ୍ଚ। ଗତକାଲି କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କୁ ୬ ଘଣ୍ଟାର ମାରାଥନ ଜେରା ବି କରାଯାଇଥିଲା। କୁନ୍ଦ୍ରାଙ୍କ ଭିଆନ୍ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ଥିବା ଶିଳ୍ପା କାହିଁକି ଇସ୍ତଫା ଦେଇଥିଲେ, ଉଭୟଙ୍କ ଜଏଣ୍ଟ ଆକାଉଣ୍ଟ ସହ ପର୍ଣ୍ଣ ଫିଲ୍ମର ଆୟର ଲିଙ୍କ୍ ରହିଛି କି ନାହିଁ ସେ ଦିଗର ବି ଖୋଳତାଡ଼ ଚାଲିଛି। ଅର୍ଥ ତୋଷାରପାତ ଓ ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଉଲ୍ଲଂଘନ ଅଭିଯୋଗରେ ରାଜକୁନ୍ଦ୍ରାଙ୍କ ବିରୋଧରେ ଇଡି ମାମଲା ରୁଜୁ କରିବାକୁ ଯାଉଥିବାରୁ ତାଙ୍କ ପାଇଁ ଅଡୁଆ ଦ୍ୱିଗୁଣିତ ହୋଇଛି।