• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ।

  • ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇବାର ଆଶଙ୍କ ମଧ୍ୟ ବଢିଯାଏ ।

  • ନକ୍ସଲ ନିପାତ ପାଇଁ ଅପରେସନ୍‌ ମନସୁନ୍‌ ।

ମାଲକାନଗିରି: ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ । ଏହି ସମୟରେ ମାଓବାଦୀ ସେମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିଥାନ୍ତି । ବିଭିନ୍ନ ଗାଁକୁ ଯାଇ ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ସଂଗଠନରେ ସାମିଲ କରିଥାନ୍ତି । ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇବାର ଆଶଙ୍କ ମଧ୍ୟ ବଢିଯାଏ ।

ସେପଟେ ବର୍ଷା ଋତୁରେ ନଦୀ ନାଳରେ ପାଣି ବଢିଯିବାର ସୁଯୋଗ ନେଇ ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ସେମାନଙ୍କ କାର୍ଯ୍ୟକଳାପ ବୃଦ୍ଧି କରିଥାନ୍ତି । ଏହି ସହିଦ ସପ୍ତାହର ପ୍ରଭାବ ମାଲକାନଗିରିରେ ଦେଖିବାକୁ ମିଳିଛି । ସରକାରୀ ବସ୍ ଚଳାଚଳ ପୁରା ବନ୍ଦ ଥିବା ବେଳେ ଜିଲ୍ଲାର ୮ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ସ୍ୱାଭିମାନ ଓ ମୋଟୁ ଅଞ୍ଚଳକୁ ମଧ୍ୟ ସାଧାରଣ ବସ୍‌ ଚଳାଚଳ ବନ୍ଦ ଥିବା ବେଳେ କେବଳ ବେସରକାରୀ ବସ୍ ଚାଲୁଛି ।

ସ୍ୱାଭିମାନ ଅଞ୍ଚଳ ଓ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ମାଓ ସଂଗଠନ ଓ ଛତିଶଗଡ଼ ସୀମାନ୍ତରେ ଥିବା ତୁଳସୀ ପାହାଡ଼ ଅଞ୍ଚଳରେ ବସ୍ତର ଡିଭିଜନ ମାଓବାଦୀ ସକ୍ରିୟ ଅଛନ୍ତି । ତେଣୁ ସୁରକ୍ଷାକର୍ମୀଙ୍କ ଅପରେସନ ଜୋରଦାର ଚାଲିଛି । ବିଭିନ୍ନ ସ୍ଥାନରେ ପୋଲିସ ନାକାବନ୍ଦୀ କରି ଯାଞ୍ଚ କରୁଛି । କେତେକ ସ୍ଥାନରେ ଲାଲବାହିନୀ ମୃତ କମ୍‌ରେଡ୍‌ଙ୍କ ଉଦ୍ଦେଶ୍ୟରେ ସହିଦ ସ୍ତମ୍ଭ ସ୍ଥାପନ କରିଥିବାର ମଧ୍ୟ ଜଣାପଡ଼ିଛି ।

ସେପଟେ ମାଓବାଦୀଙ୍କ ଏଭଳି କାର୍ଯ୍ୟକଳାପକୁ ବ୍ରେକ୍‌ ଦେବା ପାଇଁ ତଥା ହିଂସାକାଣ୍ଡକୁ କମାଇବାକୁ ପୋଲିସ୍‌ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ ମନସୁନ’। ଏଥିର ଯବାନ ମାନଙ୍କ ସହ ମହିଳା କମାଣ୍ଡୋମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହି କମାଣ୍ଡୋମାନେ ମାଓବାଦୀଙ୍କ ପରି ଜଙ୍ଗଲରେ ରହିବା ସହ ଓ ଜଙ୍ଗଲ ମଧ୍ୟରେ ମାଓବାଦୀମାନେ କିପରି କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିପାରିବେ ନାହିଁ ସେସବୁ ଉପରେ ନଜର ରଖିଛନ୍ତି । ତେଣୁ କମାଣ୍ଡୋମାନେ ପାହାଡିଆ ନଦୀ ନାଳ ପାରିହୋଇ ଜଙ୍ଗଲ ଜଙ୍ଗଲ ବୁଲୁଛନ୍ତି । ସାଧାରଣ ଆଦିବାସୀଙ୍କୁ ସୁରକ୍ଷା ଯୋଗାଉଛନ୍ତି । ଏହି  ସ୍ୱତନ୍ତ୍ର ଅପରେସନ ନକ୍ସଲ ନିପାତରେ ସହାୟକ ହେବ ବୋଲି ଦନ୍ତେଓଡ଼ା ଏସପି କହିଛନ୍ତି ।

ଦନ୍ତେଓଡ଼ା ଏସପି ଅଭିଷେକ ପଲ୍ଲବ କହିଛନ୍ତି, ପୂର୍ବରୁ ବର୍ଷା ଦିନେ ଜଙ୍ଗଲରେ କମ୍‌ କମାଣ୍ଡୋ ମୁତୟନ କରାଯାଉଥିବା ବେଳେ ଏବେ ଏହି ସଂଖ୍ୟା ବଢ଼ାଯାଇଛି ।