• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଫ୍ରିଜ ଭିତରୁ  ମୃତ ଦେହ ଜବତ କଲା ପୋଲିସ 

  •  ଜେଜେବାପାଙ୍କ ମୃତ ଦେହକୁ ଫ୍ରିଜ ଭିତରେ ରଖିଥିଲା ନାତି

  • ଦୁର୍ଗନ୍ଧକୁ ଖୋଜି ଖୋଜି ମୃତଦେହ ପାଖରେ ପହଗଲା ପୋଲିସ

ତେଲେଙ୍ଗାନା : ଦୁର୍ଗନ୍ଧକୁ ଖୋଜି ଖୋଜି ଏକ ମୃତଦେହ ପାଖରେ ପହଞ୍ଚିଛି ପୋଲିସ। ଫ୍ରିଜ ଭିତରୁ ଜବତ କରିଛି ଏହି ମୃତ ଦେହ । ପୋଲିସ ଯାଞ୍ଚରୁ ଜଣାପଡ଼ିଛି, ନାତି ନିଜ ଜେଜେବାପାଙ୍କ ମୃତ ଦେହକୁ ଫ୍ରିଜ ଭିତରେ ରଖିଥିଲା। ତେଲେଙ୍ଗାନାର ୱାରଙ୍ଗାଲ ଜିଲ୍ଲାରୁ ଏଭିଳି ଆଶ୍ଚର୍ୟ୍ୟ ଜନକ ଘଣଣା ସାମ୍ନାକୁ ଆସଛି । କିଛିଦିନ ହେବ ୱାରଙ୍ଗାଲ ଜିଲ୍ଲାର ଏଇ ଅଞ୍ଚଳରେ ଦୁର୍ଗନ୍ଧ ହେଉଥିଲା । ଦୁର୍ଗନ୍ଧ ଅସହ୍ୟ ହେବାରୁ ସ୍ଥାନୀୟବାସୀ ବିରକ୍ତ ହୋଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ଜଣଙ୍କ ଘରେ ଚଢାଉ କରିଥିଲା । ଘର ଭିତର ଛାନଭିନ କରିବା ପରେ ଫ୍ରିଜ ଭିତରୁ ବୃଦ୍ଧଙ୍କ ମୃତ ଦେହ ମିଳିଥିଲା ।

ସୂଚନାଯୋଗ୍ୟ, ଦୁର୍ଗନ୍ଧ ଅଧିକ ହେବାରୁ ପାଖଆଖ ଲୋକଙ୍କ ସନ୍ଦେହ ବଢିଥିଲା । ଏ ନେଇ ସେମାନେ ପୋଲିସ ନିକରେ ଜଣେଇଥିଲେ । ପୋଲିସ ଘଣାସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ସେହି ଘରେ ରହୁଥିବା ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲା ହେଲେ କିଛି କହି ନ ଥିଲେ । ପୋଲିସ ସାରା ଘର ଖୋଜିବା ପରେ ବି କିଛି ପାଇ ନଥିଲା । । ସେହି ସମୟରେ ସର୍କଲ୍ ଇନ୍ସପେକ୍ଟର ମହେନ୍ଦ୍ର ରେଡ୍ଡୀଙ୍କ ନଜର ଘରେ ଥିବା ଏକ ଫ୍ରିଜ ଉପରେ ପଡିଥିଲା । ଫ୍ରିଜ ଖୋଲିବା ମାତ୍ରେ ଭିତରେ ଏକ ମୃତ ଦେହ ଥିଲା, ଯାହାକୁ ଦେଖି ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା । ମୃତ ଦେହ ସଢି ଯାଇଥିବାରୁ ସେଥିରୁ ଦୁର୍ଗନ୍ଧ ହେଉଥିଲା । ଯଦ୍ୱାରା ପାଖ ଆଖ ପରିବେଶ ମଧ୍ୟ ଦୁର୍ଗନ୍ଧମୟ ହୋଇଯାଉଥିଲା । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉକ୍ତ ଯୁବକକୁ ଗିରଫ କରିଥିଲା ।

ପୋଲିସର ତଥ୍ୟ ଅନୁଯାୟୀ, ଘରେ ଥିବା ସେହି ଯୁବଜଙ୍କ ନାଁ ନିଖିଲ । ମୃତଦେହଟି ଆଉକେହି ନୁହେଁ, ଯୁବକଙ୍କ ନିଜ ଜେଜେବାପା । ତାଙ୍କ ବୟସ ୯୩ ବର୍ଷ । ଉଭୟ ନିଖିଲ ଓ ତାଙ୍କ ଜେଜେ ଏକ ଭଡା ଘରେ ରହୁଥିଏ । ସଡ଼କ ଦୁର୍ଘଟଣାରେ ନିଖିଲର ବାପାମାଙ୍କ ମୃତ୍ୟୁ ହେବା ପରଠୁ ହିଁ ନିଖିଲ ଡିପ୍ରେସନ୍ରେ ରହୁଥିଲା । ଏପରିକି ତାଙ୍କର  ମାନସିକ ସ୍ଥିତି ବି ଠିକ୍ ରହୁ ନଥିଲା ।

ପୋଲିସ ନିଖିଲଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତ କହିଛନ୍ତି, ଜେଜେ ବାପାଙ୍କ ଦେହ ଅସୁସ୍ଥ ହୋଇପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଗଲା। ନିଖିଲର ବାପା ମା’ ବି ଦୁନିଆରେ ନାହାଁନ୍ତି।  ଶବ ସତ୍କାର କରିବାକୁ ପାଖରେ କେହି ନାହାଁନ୍ତି । ଏପରିକି ଅନ୍ତିମ କ୍ରିୟା ପାଇଁ ବି ତାଙ୍କ ପାଖରେ ପଇସା ନଥିଲା । ତେଣୁ ସେ ମର ଶରୀରକୁ ଘରରର ଫ୍ରିଜରେ ରଖି ଦେଇଥିଲେ ।

ଉକ୍ତ ଘଟଣାକୁ ଓ ଅଭିଯୁକ୍ତଙ୍କ ବୟାନକୁ ନେଇ ବର୍ତ୍ତମାନ ସୁଦ୍ଧା ପୋଲିସ ସନ୍ଦେହ ଘେରରେ ରହିଛି । ଘଟଣାର ତଦନ୍ତ ଜାରି ରହିଥିବାବେଳେ ପୋଲିସ ମୃତକଙ୍କ ପୋଷ୍ଟ ମୋର୍ଟମ ରିପୋର୍ଟକୁ ପ୍ରତୀକ୍ଷା କରିଛି ।