• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଡ଼ବ : ଖୋର୍ଦ୍ଧା ଜିଲ୍ଲା କଡ଼ବ ଗାଁରେ ବାପ ପୁଅଙ୍କୁ ଆକ୍ରମଣ ଘଟଣାରେ ପୋଲିସର ତନାଘନା । ଘଟଣା ବିଷୟରେ ପଚାରି ବୁଝିବା ସହ ତାଙ୍କୁ ପଚରାଉଚରା କରିଛନ୍ତି ଖୋର୍ଦ୍ଧା ଏସପି । ପୋଲିସର ଏକ ଟିମ୍ କଡବ ଗାଁକୁ ଯାଇ ପୀଡ଼ିତଙ୍କୁ ଥାନାକୁ ‌ଆଣି ଖୋଳତାଡ଼ ଚଳାଇଛି । ଗତକାଲି ଉଭୟ ବାପପୁଅଙ୍କୁ ମାଡ଼ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଆଜି ବେଗୁନିଆ ଥାନାରେ ଏତଲା ଦେଇଥିଲେ ଆକ୍ରମଣର ଶିକାର ବ୍ୟକ୍ତି । ଥାନାରେ ୭ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ମାଗୁଣି ନାୟକ ।

ଗତକାଲି ମାଗୁଣିଙ୍କ ସହ ପୁଅକୁ ମାଡ଼ ମରାଯାଉଥିବାର ଏକ ଭିଡିଓ ଭାଇରାଲ ହେଉଥିଲା । ଏଥିରେ ଉଭୟଙ୍କୁ ତାଲିବାନି ଷ୍ଟାଇଲରେ କିଛି ଲୋକେ ନିସ୍ତୁକ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନଥିଲା । ଗାଁରେ ଥିବା ମାନବବାଦ ସଂଗଠନକୁ ସହଯୋଗ ନକରୁଥିବାରୁ ସେମାନଙ୍କୁ ଲୋକେ ମାଡ଼ ମାରଥିବା ଅଭିଯୋଗ ହୋଇଥିଲା ।

ତେବେ ଏନେଇ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଥିଲେ ପୀଡିତ ବୃଦ୍ଧ । ଘଟଣା ଦିନ ତାଙ୍କୁ ଓ ପୁଅକୁ ସକାଳେ ଡାକି ନେଇଥିଲେ ମାନବ ସଂଗଠନର ସଦସ୍ୟ । ବାପାପୁଅଙ୍କୁ ନେଇ ପ୍ରଥମେ ଅଭିଯୁକ୍ତମାନେ ଆଣ୍ଠେଇ ବସାଇ ଦେଇଥିଲେ । ଆଉ ତପରେ ଅନ୍ୟ ଏକ ସ୍ଥାନକୁ ନେଇ ପ୍ରଥମେ ଜାମା ଖୋଲି ଦେଇଥିଲେ । ଆଉ ତାପରେ ପାଞ୍ଚ ଛଅ ଜଣ ମିଶି ପ୍ରବଳ ମାଡ଼ ମାରିଥିଲେ । କାହିଁକି ମାଡ଼ ମାରୁଛ ପଚାରିବାରୁ କହୁଥିଲେ, ବୁଝିବ ବୁଝିବ କାହିଁକି ମାଡ଼ ମରାଯାଉଛି । ପରେ ବୁଝିବ କହି ନିର୍ଘାତ ମାଡ଼ ମାରି ଚାଲିଥିଲେ । ଯେତେ ଗୋଡ଼ହାତ ଧରିଲେ ମଧ୍ୟ ଶୁଣୁନଥିଲେ । ବାପପୁଅଙ୍କୁ ନିର୍ମମ ଭାବେ ମାଡ଼ ମାରି ଚାଲିଥିଲେ ।