• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ବର୍ଷିଲା ବିଜେପି

  • ବର୍ତ୍ତମାନ ସୁଦ୍ଧା ସୌମ୍ୟଙ୍କ ପରିବାରକୁ ନ୍ୟାୟ କାହିଁକି ମିଳିପାରୁନାହିଁ : ବିଜେପି ମୁଖପାତ୍ର

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଛି ବିଜେପି । ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଘଟଣାରେ କ୍ରାଇମବ୍ରାଞ୍ଚ ମାସେ ଧରି ତଦନ୍ତ କରିବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସଲ ଅଭିଯୁକ୍ତଙ୍କୁ ଧରି ପାରିନଥିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଉକ୍ତ ମାମଲାରେ କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ ଭାବରେ ଦର୍ଶାଇଥିଲେ ମଧ୍ୟ ତାଙ୍କ ବିରୋଧରେ କାହିଁକି ହତ୍ୟା ମାମଲା ଦାଏର କରାଯାଇନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଠାକୁର ରଞ୍ଜିତ ଦାସ ।

ସୌମ୍ୟରଞ୍ଜନଙ୍କୁ ନ୍ୟାୟ ଦାବିରେ ଖଇରାରେ ପହଞ୍ଚିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର । ନ୍ୟାୟ ଦାବିରେ ଆଜି ଖଇରା ଠାରେ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ସେପଟେ ବିଜେପିର ଅଭିଯୋଗ ନେଇ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପାରାଳେଖିମୁଣ୍ଡି ଏସିଏଫ ତଥା ଖଇରା ଅଞ୍ଚଳର ଉଚ୍ଚ ଶିକ୍ଷିତ ଯୁବକ ଭାବେ ବେଶ୍‌ ପରିଚିତ ଥିବା ସୌମ୍ୟରଞ୍ଜନ ମହାପାତ୍ରଙ୍କର ମୃତ୍ୟୁର ୯୬ ଦିନ ବିତିଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ସୌମ୍ୟଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିପାରି ନାହିଁ ।

ସୌମ୍ୟଙ୍କ ମୃତ୍ୟୁ ପରେ ପାରାଳାଖେମୁଣ୍ଡି ପୋଲିସ ମାସେରୁ ଉର୍ଦ୍ଧ୍ୱ ସମୟ ଧରି ଘଟଣାର ତଦନ୍ତ ପରେ ମଧ୍ୟ ବିଫଳ ହୋଇଥିଲା । ଯାହା ଫଳରେ ପରବର୍ତ୍ତୀ ସମୟରେ ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେଇଥିଲା । କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଉପରେ ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ ସୃଷ୍ଟି କରିଥିଲେ । କ୍ରାଇମବ୍ରାଞ୍ଚ ରାଜ୍ୟ ସରକାରଙ୍କ ଚାପରେ ଘଟଣାର ପ୍ରମାଣ ନଷ୍ଟ କରୁଥିବାର ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ l

ଏହି ଘଟଣାରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଏବଂ ସ୍ଥାନୀୟ ଜିଲ୍ଲାପାଳ,ସ୍ଥାନୀୟ ଏସପି, ସ୍ଥାନୀୟ ଆଇଆଇସି,ସ୍ଥାନୀୟ ତହସିଲଦାର,ଏବଂ ଗୁରାଣ୍ଡି ଥାନା ଓ ଆଇଆଇସି ମମତା ପଣ୍ଡାଙ୍କ ସମ୍ପୃକ୍ତି ଥିବାନେଇ ଅଭିଯୋଗ କରାଯାଇଥିଲା । 

ସୌମ୍ୟଙ୍କୁ ଡିଏଫଓ ସଂଗ୍ରାମକେଶୋରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଷଡ଼ଯନ୍ତ୍ର କରି ମାରିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । କ୍ରାଇମବ୍ରାଞ୍ଚ ଡିଏଫଓ ଏବଂ ରୋଷେୟାକୁ କ୍ଲିନଚିଟ ଦେଇଥିବାବେଳେ କେବଳ ବିଦ୍ୟାଭାରତୀ ନାମରେ ଚାର୍ଜସିଟ୍ ଦିଆଯାଇଥିଲା । ଯାହା କାରଣରୁ ତଦନ୍ତ ରିପୋର୍ଟ ଉପରେ ସୌମ୍ୟଙ୍କ ପରିବାର ସନ୍ଦେହ ସୃଷ୍ଟି କରିଛନ୍ତି ।

ଘଟଣାରେ ତଦନ୍ତକାରୀ ସଂସ୍ଥାକୁ ଅନେକ ପ୍ରମାଣ ମିଳିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଚାପରେ କ୍ରାଇମବ୍ରାଞ୍ଚ ଡିଏଫଓ ଏବଂ ରୋଷେୟାଙ୍କୁ କ୍ଲିନ ଚିଟ ଦେଇଥିବାର କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ । ଘଟଣାର ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ସେ କହିଛନ୍ତି, ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜ ମାଟି ପାଇଁ କାର୍ଯ୍ୟ ନ କରି ପାର୍ଟି ପାଇଁ କାର୍ଯ୍ୟ କରିଛନ୍ତି ।