• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • OTV ହାତରେ ଲାଗିଲା ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ୍

  • ବଲାଙ୍ଗୀରରେ ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ନେଉଥିଲେ ବିଦ୍ୟା

  • ୨୦୧୯ରେ ପ୍ରାଣୀଧନ ନିରୀକ୍ଷକ ଇନଷ୍ଟିଚ୍ୟୁଟରେ ଟ୍ରେନିଂ ନେଉଥିଲେ

  • ପରୀକ୍ଷା ପରେ ଇନଷ୍ଟିଚ୍ୟୁଟ ମୁଖ୍ୟଙ୍କ ଅନୁମତିରେ ଲଞ୍ଚ୍ ଦେଇଥିଲେ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଖିଅ ଯୋଡ଼ି ହୋଇଯାଇଛି । OTV ହାତରେ ଲାଗିଛି ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ୍ । ବଲାଙ୍ଗୀରରେ ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ନେଉଥିଲେ ସୌମ୍ୟଙ୍କ ସ୍ତ୍ରୀ । ବିଦ୍ୟାଭାରତୀ ଟ୍ରେନିଂ ନେଉଥିବା LI ଇନଷ୍ଟିଚ୍ୟୁଟର ମୁଖ୍ୟ ହେମନ୍ତ ପ୍ରଧାନଙ୍କ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ ମୃତ ଏସିଏଫଙ୍କ ପତ୍ନୀ । ପରୀକ୍ଷା ସରିବା ପରେ ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ୍ ଦେବାକୁ ଚାହିଁଥିଲେ । ତେବେ ହଷ୍ଟେଲରେ ଭୋଜି କରିବାକୁ ମନା କରାଯାଇଥିଲା । କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲେ ଇନଷ୍ଟିଚ୍ୟୁଟ ମୁଖ୍ୟ । ଆଉ ତା’ପରେ ଅନୁମତି କ୍ରମେ ସାଙ୍ଗସାଥୀଙ୍କୁ ଲଞ୍ଚ୍ ଦେଇଥିଲେ ।

୨୦୨୧, ଏପ୍ରିଲ ୧୧ରେ ହଷ୍ଟେଲରେ ଲଞ୍ଚ୍ ସ୍ପୋନସରିଂ କରିଥିଲେ ବିଦ୍ୟା । ଲଞ୍ଚରେ ସାଥୀ ସହପାଠୀଙ୍କୁ ସେ ମଟନ ଓ ଚିକେନ ଦେଇଥିବା କହିଛନ୍ତି ଇନଷ୍ଟିଚ୍ୟୁଟ ମୁଖ୍ୟ । ତେବେ ଲଞ୍ଚ୍ ବାବଦକୁ ତାଙ୍କର ୧୨/୧୩ ହଜାର ଖର୍ଚ୍ଚ ହୋଇଥିବା ସେ କହିଥିଲେ । ଆଉ  ପରୀକ୍ଷା ପରେ ଏପ୍ରିଲ ୧୩ରେ ବିଦ୍ୟା ବାପା, ମାଙ୍କ ସହ ଘରକୁ ପଳାଇଥିଲେ । ଏବେ ବି ବିଦ୍ୟାଭାରତୀ ଇନଷ୍ଟିଟ୍ୟୁଟର ଛାତ୍ରୀ ରହିଛନ୍ତି ବୋଲି ଇନଷ୍ଟିଟ୍ୟୁଟର ମୁଖ୍ୟ କହିଛନ୍ତି ।

ସେପଟେ ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପାର୍ଥସାରଥୀ ନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ଗିରଫ ପରେ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କଲେ, ସତ ବାହାରିବ । ଅନ୍ୟପଟେ ପଚରାଉଚରା କଲେ ମାମଲାରେ ଡିଏଫଓଙ୍କ ସଂପୃକ୍ତି ସମ୍ପର୍କରେ ମଧ୍ୟ ଜଣାପଡ଼ିବ । ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଆଇନଗତ ପ୍ରତିବନ୍ଧକ ନାହିଁ । ବିଦ୍ୟାଭାରତୀଙ୍କୁ ଗିରଫ କଲେ ହିଁ ସବୁ କଥା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ସେହିପରି OTV ହାତରେ ଲାଗିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ହାତ ଲେଖା ଚିଠି । ଚିଠିଟି ବିଦ୍ୟାଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରାଯାଉଛି । ଚିଠିରେ ପ୍ରଚୁର ଘୃଣା ସହ ସେ ଡିଭୋର୍ସ ଚାହୁଁଥିବା ଲେଖାଯାଇଛି । ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ । ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି, ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି । କିଛି ବି କରି ପ୍ଲିଜ୍ ଡିଭୋର୍ସ କରିଦିଅ । ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖାଗଲାନି, ଏମିତିଆ ମଣିଷ ମୋ ଜୀବନରେ ଦେଖିନି ବୋଲି ଚିଠିରେ ଲେଖାଯାଇଛି ।