• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସରିଲା ବିରଞ୍ଚି ସାହୁଙ୍କ ରିମାଣ୍ଡ ।

  • କଣ କହିଲଷ ବିରଞ୍ଚି ? ସମସ୍ତଙ୍କ ନଜର ।

  • କମିଶନ ଓ ସଦସ୍ୟ ବି ଦାୟୀ: ବିଜୟ ମହାପାତ୍ର ।

ଭୁବନେଶ୍ୱର: ସରିଲା ରିମାଣ୍ଡ । କଣ ନୂଆ ତଥ୍ୟ ପାଇଲା ଭିଜିଲାନ୍ସ ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାରଣ OSSC ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହେବା ପରେ ଏବେ ସମସ୍ତଙ୍କ ନଜର ପିଏସ୍ ବିରଞ୍ଚି ସାହୁଙ୍କ ଉପରେ । 

ସେପଟେ ପିଏସ୍ ବିରଞ୍ଚି ସାହୁ ଗିରଫ ହେବା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ବିରଞ୍ଚି ଏକା ଦାୟୀ ନୁହନ୍ତି, କମିଶନ ଓ ସଦସ୍ୟ ସମପରିମାଣରେ ଦାୟୀ । ତେଣୁ କମିଶନ ଓ ସଦସ୍ୟଙ୍କୁ ସେଠାରୁ ତୁରନ୍ତ ହଟାଯିବା ଦରକାର ବୋଲି କହିଛନ୍ତି । ଦୀର୍ଘ ବର୍ଷ ହେଲା ଅଭିଯୋଗ ହେଉଥିଲା ଟଙ୍କା ନ ଦେଲେ ଚାକିରି ହୁଏନି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କମିଶନଙ୍କୁ ହଟାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ଆମେ ସେହି ପିଏସ୍‌ ବିରଞ୍ଚି ସାହୁଙ୍କ କଥା କହୁଛୁ, ଯାହାଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଥିଲା । ଆଉ ନଗଦ ୨୫ ଲକ୍ଷ ଟଙ୍କାରୁ ଅଧିକ ଜବତ କରିଥିଲା । ଖାଲି ସେତିକି ନୁହେଁ ସେଢ଼େ ତିନି କୋଟି ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ମଧ୍ୟ ତାଙ୍କର ଠାବ କରିଥିଲା ଭିଜିଲାନ୍ସ । OSSCର ଜଣେ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ହେଉଛନ୍ତି ବିରଞ୍ଚି ସାହୁ । ତେଣୁ ସେ ଚାକିରି କରେଇବା ପାଇଁ ଆଶାୟୀଙ୍କଠାରୁ ଟଙ୍କା ନେଉଥିବା ଆଶଙ୍କା ଅଭିଯୋଗ କରାଯାଇଛି । ନଚେତ ଏତେ ଟଙ୍କା ତାଙ୍କ ଘରେ ଆସିଲା କେଉଁଠୁ ? ତେବେ ବିରଞ୍ଚିଙ୍କୁ ଗିରଫ କରିବା ପରେ ତାଙ୍କ ନାଁରେ ଅନେକ ଅଭିଯୋଗ ମଧ୍ୟ ଉଠିଛି । ହେଲେ ବିରଞ୍ଚି ହେଉଛନ୍ତି ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ । ତାଙ୍କ ପଖରେ ସିଧା ସଳଖ ଭାବେ କୌଣସି ନିଯୁକ୍ତି ଦେବାର କ୍ଷମତା ନାହିଁ । ତେଣୁ ତାଙ୍କ ପଛରେ କେଉଁ ଅଫିସର କିମ୍ବା ନେତାଙ୍କ ହାତ ରହିଛି ତାହା ଜାଣିବାକୁ ସମସ୍ତେ ଚାହିଁ ବସିଛନ୍ତି ।

ଭିଜିଲାନ୍ସ ରେଡ୍‌ ପରେ ବିରଞ୍ଚିକୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନିଆଯାଇଥିଲା । ଆଜି ତାଙ୍କର ରିମାଣ୍ଡ ଅବଧି ଶେଷ ହୋଇଛି । ଏହି ରିମାଣ୍ଡ ଅବଧି ବେଳେ ପଚରାଉଚରାରୁ ତଦନ୍ତକାରୀ ସଂସ୍ଥା ନିଯୁକ୍ତି ରାକେଟର ଆଉ କେଉଁ ଲିଙ୍କ ପାଇଛି ତା ଉପରେ ଏବେ ସମସ୍ତଙ୍କ ନଜର ।