• translate
Rajalaxmi Sahoo

ଭୁବନେଶ୍ୱର: ମାନବବାଦ ସଙ୍ଗଠନ ନାଁରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ମାନବବାଦ ସଙ୍ଗଠନର ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ୬ ପରିବାର ଜଙ୍ଗଲରେ ରହୁଛନ୍ତି। ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି। ଏହି ସାହିର ୬ଟି ପରିବାର ମାନବବାଦ ସଙ୍ଗଠନର କଥା ନ ମାନିବାରୁ ଗାଁରୁ ସେମାନଙ୍କୁ ମାଡ଼ ମାରି ସଙ୍ଗଠନର ସଦସ୍ୟ ବାହାର କରି ଦେଇଥିବା ଅଭିଯୋଗ ହୋଇଛି।

ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ନାଁରେ ସିଧାସଳଖ ଅଭିଯୋଗ ଉଠାଇଛନ୍ତି ଆଦିବାସୀ ସାହିର ଲୋକେ। ଏପରିକି ଆଦିବାସୀ ସାହିର ଏହି ପରିବାରର କିଛି ଲୋକଙ୍କୁ ୨୦୧୪ରେ ଏକ ହତ୍ୟାକାଣ୍ଡ ମାମଲାରେ ଛନ୍ଦିି ଜେଲ୍‌ ପଠାଇ ଦେଇଥିବା ଅଭିଯୋଗ ଉଠିଛି। ଖାଲି ସେତିକି ନୁହେଁ, ସେମାନଙ୍କ ଘରୁ ଲୁଟ୍‌ପାଟ୍‌ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେବେଠାରୁ ଆଦିବାସୀ ସାହି ଛାଡି ୬ ପରିବାର ଏବେ ଡାଳତୋଳା ରାସ୍ତାକଡ଼ରେ ଏକ ସରକାରୀ ସ୍ଥାନର ଜଙ୍ଗଲ ଭିତରେ ରହୁଛନ୍ତି। ଖାଲି ଏତିକି ନୁହେଁ, ପ୍ରଥମେ ସଙ୍ଗଠନରେ ରୁହ, ସମସ୍ତ ସୁବିଧା କରାଇ ଦେବୁ ବୋଲି ପ୍ରତିଶ୍ରୁତି ଦେଉଥିଲେ। ପରେ ସଙ୍ଗଠନରେ ରହିବା ଲାଗି କଠୋର ସର୍ତ୍ତ ରହୁଥିଲା। ସ୍ତ୍ରୀ ଲୋକେ ଶଙ୍ଖା ସିନ୍ଦୁର ପିନ୍ଧିବେନି, ବାପାମାଆ ମଲେ ବି ଶୁଦ୍ଧିକ୍ରିୟା ହେବନି।  ଏଭଳି ସଙ୍ଗଠନର ସର୍ତ୍ତ ଥିବା କହିଛନ୍ତି ଗାଁରୁ ବିତାଡିତ ହୋଇଥିବା ପରିବାର ଲୋକେ। 

ଜଣେ ଅଭିଯୋଗକାରିଣୀ ଅଭିଯୋଗ ଆଣି କହିଛନ୍ତି, ମାନସ ଦାସର ଲୋକମାନେ ମୋତେ ବାଡ଼େଇଥିଲେ। ମୋ ସ୍ୱାମୀ, ପୁଅ ମାନେ ୬ ମାସ ଜେଲ୍‌ରେ ରହିଲେ। ସେହି ସମୟରେ ମୁଁ ଖାଇବାକୁ କି ପିନ୍ଧିବାକୁ କିଛି ପାଇଲି ନାହିଁ।’ ସେହିପରି ଆଉ ଜଣେ ଅଭିଯୋଗକାରିଣୀ କହିଛନ୍ତି, ‘ଏବେ ଯେଉଁ ଭିଡିଓ ଦେଖୁଛନ୍ତି, ଠିକ୍‌ ସେହିପରି ମୋ ସ୍ୱାମୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଥରେ ନୁହେଁ କି ଦୁଇ ଥର ନୁହେଁ ୫ଥର ସେମାନେ ଏମିତି ମୋ ସ୍ୱାମୀଙ୍କୁ ମାଡ଼ ମାରିଥିଲେ। ଜିନିଷ ପତ୍ର, ଘର ଦ୍ୱାର ସବୁ ନେଇଗଲେ। ଏପରିକି ଆମେ ଖାଇବାକୁ ମଧ୍ୟ ପାଇଲୁ ନାହିଁ। ମାନସ ଦାସଙ୍କ ନିର୍ଦ୍ଦେଶରେ ଏସବୁ ହେଉଥିଲା। 

ସୂଚନାଥାଉ କି, କିଛି ଦିନ ପୂର୍ବେ ମାନବବାଦ ସଂଗଠନର କିଛି ଲୋକେ ଖୋର୍ଦ୍ଧା ବୋଲଗଡ଼ର କଡ଼ବ ଗାଁରେ ବାପା, ପୁଅଙ୍କୁ ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ୍‌ ପରେ କଥାକଥିତ ଗୁରୁଜୀ ମାନସ ଦାସ ବିବାଦୀୟ ହୋଇ ପଡ଼ିଛନ୍ତି। ତାଙ୍କ କାରନାମା ସହ ପଲିଟିକାଲ ଲିଙ୍କ୍ ଏବେ ଧିରେ ଧିରେ ସାମ୍ନାକୁ ଆସିଛି। ତେବେ ବୋଲଗଡର କଡବ ଗାଁରେ ବାପପୁଅଙ୍କୁ ନିସ୍ତୁକ ପିଟିବା ଘଟଣାକୁ ପୂର୍ବରୁ ଖଣ୍ଡନ କରିଥିଲେ ନିଜେ ମାନସ ଦାସ।  

Other Stories

  • Murder In Twincity
    Crime ଟ୍ୱିନ୍‌ସିଟିରେ ଚାଞ୍ଚଲ୍ୟ: ଗୋଟିଏ ଦିନରେ ଗଡ଼ିଲା ୨ଟି ମୁଣ୍ଡ

    ଟ୍ୱିନ୍‌ସିଟିରେ ଚାଞ୍ଚଲ୍ୟ। କଟକରେ ଜଣେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଗୋଟିଏ ଦିନରେ ଟ୍ୱିନ୍‌ସିଟିରେ ୨ଟି ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। 

  • Manas Das
    Crime ଶାସକ ଦଳର ଛତ୍ରଛାୟା ତଳେ ରହି ଆଇନକୁ ହାତକୁ ନେଉଥିଲେ ମାନସ?

    ଭୁବନେଶ୍ୱରର ମାନସ ଦାସ। ପେଶାରେ ଆଇନଜୀବୀ। ଯିଏ ଶାସକ ଦଳର ଛତ୍ରଛାୟାରେ ରହି ବନିଯାଇଛନ୍ତି ପ୍ରଭାବଶାଳୀ। କେଉଁ ଅନୁଗତ ତାଙ୍କୁ ଗୁରୁଜୀ ସମ୍ବୋଧନ କରନ୍ତି ତ ଆଉ କିଏ କୁହନ୍ତି ମାନ୍ୟବର ଭାଇସାହେବ। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ...

  • woman allegedly raped
    Crime ବୁଲିବାକୁ ଡାକି ଗଣଦୁଷ୍କର୍ମ

    ବର୍ବର, ଅମାନୁଷିକ, ସାଂଘାତିକ ମାନସିକତା। ମାତ୍ର ୧୩ ବର୍ଷିୟା ନାବାଳିକଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଦୁର୍ବୃତ୍ତ। ହୁଏତ ଏହି ଘଟଣା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ କିନ୍ତୁ କଥା ଟି ପୂରା ସତ। ପଡ଼ୋଶୀ ଝାଡ଼ଖଣ୍ଡ ରାଞ୍ଚିରେ...

  • Human Organisation's Chief Manas Das & Prasanna Patasani
    Crime ଫିଟୁଛି ମାନସ ଦାସଙ୍କ ଗୋଟିଏ ପରେ ଗୋଟିଏ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ

    ଫିଟୁଛି ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଗୋଟିକ ପରେ ଗୋଟିଏ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ। ସରକାରୀ ଦଳ ବିଜେଡିରେ ମାନସଙ୍କ ଖୁବ ଦବ୍‌ଦ‍‍ବା ଥିବା ନେଇ ଏକାଧିକ ଭିଡିଓ ଏବେ ସାମ୍ନାକୁ ଆସିଛି।