• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୨୩ ଦିନ ପରେ ବି ଅସ୍ପଷ୍ଟ ।

  • ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ଧରି ମାରାଥନ ଜେରା ।

  • ପୋଲିସ ତଦନ୍ତ ଉପରୁ ଉଠିଗଲାଣି ଭରସା ।

ପାରଳାଖେମୁଣ୍ଡି: ୨୩ ଦିନ ପରେ ବି ଅସ୍ପଷ୍ଟ ରହିଛି ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା । ଏହାରି ଭିତରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ଧରି ମାରାଥନ ଜେରା କରିଛି ପାରଳାଖେମୁଣ୍ଡି ପୋଲିସ । ଆଜି ପ୍ରଥମେ ପାରଳାଖେମୁଣ୍ଡିର ୪ ଜଣିଆ ପୋଲିସ ଟିମ୍ କପ୍ତିପଦା ଥାନାରେ ପହଞ୍ଚିଥିଲା । ଏହାପରେ ଟିମ୍ ବିଦ୍ୟାଭାରତୀଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରିଥିଲା । ପାରଳାଖେମୁଣ୍ଡି IIC ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଟିମ୍ ବିଦ୍ୟାଙ୍କୁ ୪ ଘଣ୍ଟା ଧରି ଜେରା କରିଥିଲା ।

ପୋଲିସ, ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିବା ସୂଚନା ମିଳିଛି । ଏହାଛଡ଼ା ସୌମ୍ୟଙ୍କ ମୃତ୍ୟୁ ଦିନ ବିଦ୍ୟାଭାରତୀଙ୍କୁ ଆଣିବାକୁ ଉଦଳାରୁ ଯାଇଥିବା ଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି । ଆଜିର ଜେରା ନେଇ ବିଦ୍ୟାଭାରତୀ କିମ୍ବା ପରିବାର କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ନିରପେକ୍ଷ ଭାବେ ତଦନ୍ତ କରାଯାଉଛି । ସେପଟେ ନ୍ୟାୟ ନମିଳିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ।

ତେବେ ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ଏପର୍ଯ୍ୟନ୍ତ କାହାକୁ ଗରିଫ କରିନାହିଁ ପୋଲିସ । ତଦନ୍ତକୁ ନେଇ ପୋଲିସ ଉପରୁ ଭରସା ଉଠିଯାଇଥିବା କହିଛନ୍ତି ପରିବାର ଲୋକ । ମୃତ୍ୟୁ ପରେ ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍ ଖଇରାକୁ ଯାଇ ତଦନ୍ତ କରିଛି । ଏବାଦରେ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ, ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁର ଏତେ ଦିନ ପରେ ମଧ୍ୟ ସ୍ଥାନୀୟ ବିଧାୟକ ପରିବାର ଲୋକଙ୍କୁ ଭେଟି ସାନ୍ତ୍ୱନା ଦେଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ଲୋକଙ୍କ ମନରେ ମଧ୍ୟ ନାନା ପ୍ରଶ୍ନ ଉଙ୍କି ମାରୁଛି । ତେବେ ନ୍ୟାୟ ନମିଳିରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହଛନ୍ତି ସୌମ୍ୟଙ୍କ ବାପା । ଅନ୍ୟପଟେ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଏନେଇ ସେ ସୌମ୍ୟଙ୍କ ମାମୁଁଙ୍କ ସହ କଥା ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।