• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ହ୍ୟାକରଙ୍କ ସହ କଥାବାର୍ତ୍ତା ଚାଲିଥିବା ନେଇ କ୍ରାଇମ୍‌ବ୍ରଞ୍ଚର ସୂଚନା

  • । ହ୍ୟାକର ଏକାଧିକ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ଓ କାଢୁଛନ୍ତି 

ଭୁବନେଶ୍ୱର : ଓକାକ୍ ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗ । ଓକାକ୍ CEO ମନୋଜ ପଟ୍ଟନାୟକ ସାଇବର ଠକେଇର ଶିକାର ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗର ଲିଙ୍କ୍ ଥିବା ସନ୍ଦେହ ହୋଇଛି । ଏହାସହ ହ୍ୟାକରଙ୍କ ସହ କଥାବାର୍ତ୍ତା ଚାଲିଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ସୂଚନା ଦେଇଛି ।

ବର୍ତ୍ତମାନ ହ୍ୟାକର ଏକାଧିକ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ଓ କାଢୁଛନ୍ତି । ଯେଉଁ ଆକାଉଣ୍ଟରୁ ଟଙ୍କା କାଢୁଛନ୍ତି ,ତାହା ଭାରତ ଭିତର ଆକାଉଣ୍ଟ ବୋଲି ଜଣାପଡ଼ିଛି । ଟଙ୍କା କାଢୁଥିବା ଆକାଉଣ୍ଟରେ ମାତ୍ର ହଜାରେ ଟଙ୍କା ରଖି ସବୁ କାଢିଦେଉଛନ୍ତି । ହ୍ୟାକରଙ୍କ ଏକାଧିକ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ବୋଲି କହିଛି କ୍ରାଇମ୍‌ବ୍ରାଞ୍ଚ ।

ସୂଚନାଯୋଗ୍ୟ ଦୁଇ ଦିନ ପୂର୍ବରୁ OCAC ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍ ହୋଇଥିବା ସୂଚନା ମିଳିଥିଲା । ସାଇବର ହ୍ୟାକର୍‌ ମନୋଜଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ କରି ତାଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ମନୋଜଙ୍କ ନାଁ ନେଇ ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା ।

ମନୋଜଙ୍କ କେତେକ ବନ୍ଧୁ ଓ ସମ୍ପର୍କୀୟ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ମାଧ୍ୟମେର ଟଙ୍କା ମଧ୍ୟ ଦେଇଥିଲେ । ୫ ଜଣ ଲୋକ ପାଖାପାଖି ୭ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଥିଲା । ତେବେ ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ ଯେଉଁମାନେ ଟଙ୍କା ଦେଇଥିଲେ, ସେମାନେ ଏ ସମ୍ପର୍କରେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଥିଲେ ।