• translate
Minati Mishra

News Highlights

  • ମାଲକାନଗିରିରେ ମାଓ ଆତଙ୍କ

  • ସୁପରଭାଇଜରଙ୍କୁ ହତ୍ୟା କଲେ ମାଓବାଦୀ

  • ଗାଡ଼ି ପୋଡିଦେଲେ

ମାଲକାନଗିରି:  ମାଲକାନଗିରି ସୀମାନ୍ତରେ ପୁଣି ମାତିଛନ୍ତି ମାଓବାଦୀ। ମାଓବାଦୀ ଆତଙ୍କରେ ପୁଣି ଲାଲ ହୋଇଛି ଓଡ଼ିଶା-ଛତିଶଗଡ଼ ସୀମାନ୍ତ। ଏକ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଲାଲବାହିନୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି।  ଏହି ଘଟଣା ଘଟିଛି ଛତିଶଗଡ଼ ନାରାୟଣପୁର ଜିଲ୍ଲା ମୋଡ଼େନାରରେ।

 ନାରାୟଣପୁର ଜିଲ୍ଲା ମୋଡ଼େନାରରେ  ରାସ୍ତା କାମ ଚାଲିଥିଲା। ମାଓବାଦୀମାନେ ଏହି ରାସ୍ତାକାମକୁ ବିରୋଧ କରୁଥିଲେ।   ଏହାକୁ ବିରୋଧ କରି ମାଓବାଦୀମାନେ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ହତ୍ୟା କରିବା ସହିତ  ସଂସ୍ଥାର ୪ଟି ଗାଡ଼ିକୁ ମଧ୍ୟ ଜାଳି ଦେଇଛନ୍ତି।

ହତ୍ୟା ପରେ ଘଟଣାସ୍ଥଳରେ ନକ୍ସଲମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି। ରାସ୍ତା କାମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରାସ୍ତା କାମକୁ ସ୍ଥାନୀୟ ଲୋକ ସହଯୋଗ ନ କରିବାକୁ ପୋଷ୍ଟରରେ ଧମକ ଦିଆଯାଇଛି। ଏହି ହିଂସାକାଣ୍ଡରେ  ଶତାଧିକ ସଶସ୍ତ୍ର ମହିଳା  ଓ ପୁରୁଷ  ନକ୍ସଲ ସାମିଲ ଥିଲେ। ଏହି ଘଟଣାପରେ ପରେ ପୁଲିସ ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Other Stories

  • kangaroo court
    Crime ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ

    କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍‌ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ।...

  • bread factory
    Crime କଟକର ବେଆଇନ୍ ପାଉଁରୁଟି କାରଖାନା ଉପରେ ଚଢାଉ

    କଟକର ବେଆଇନ୍ ପାଉଁରୁଟି କାରଖାନା ଉପରେ ଚଢାଉ। କଟକ ଶିଖରପୁର ସ୍ଥିତ ପାଉଁରୁଟି କାରଖାନାରେ ସିଏମସି ଅଧିକାରୀଙ୍କ ତନାଘନା। ବିନା ଅନୁମତି ଓ କାଗଜପତ୍ର ନଥାଇ କାରଖାନା ଚଳାଉଥିବାର ଅଭିଯୋଗ ଆସିଛି। ନିମ୍ନ ମାନର ପାଉଁରୁଟି ତିଆରି...

  • visut
    Crime ଭିସୁଟ୍‌ରେ ପୁଣି ଛାତ୍ରଙ୍କୁ କରାଗଲା ରାଗିଂ !

    ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ଜଣେ ୩ୟ ବର୍ଷ ଛାତ୍ରଙ୍କୁ ୪ର୍ଥ ବର୍ଷ ଛାତ୍ରଙ୍କ ମାଡ଼ ଅଭିଯୋଗ । କାଲି ରାତିରେ ଏକ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ ହୋଇଥିବା...

  • motu iic
    Crime ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ

    ମାଲକାନଗିରି ମୋଟୁ ଥାନା IIC ଗିରଫ । ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି...