• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କଲା ମା’ ।

  • ଘରୋଇ କଳିରୁ ଜଘନ୍ୟ କାଣ୍ଡ ।

  • ଶିଶୁପୁତ୍ରକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଉଦ୍ୟମ ।

କେନ୍ଦୁଝର: ଘରୋଇ କଳିରୁ ଜଘନ୍ୟ କାଣ୍ଡ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଉଦ୍ୟମ । ଗୁରୁତର ମାଆ ମେଡିକାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁରେ ।

ପାରିବାରିକ କହଳକୁ କେନ୍ଦ୍ର କରି ଜଗନ୍ନାଥପୁର ଗାଁର ବିଶ୍ୱଜିତ ପ୍ରଧାନଙ୍କ ସ୍ତ୍ରୀ ମୋନାଲିସା ପ୍ରଧାନ ତାଙ୍କ ୫ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି । ପରେ ମୋନାଲିସା ନିଜେ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି ।