• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମନିଷ ଦାସଙ୍କ ହେବ ଡାଏଟମ୍‌ ଟେଷ୍ଟ !

  • ଘଟଣାର ଖୋଳତାଳ କରୁଛି ପୋଲିସ୍‌

ଭୂବନେଶ୍ୱର: କେମିତି ହେଲା ମନିଷ ଦାସଙ୍କ ମୃତ୍ୟୁ ? ମନିଷ ଦାସଙ୍କ ମୃତ୍ୟୁ କିପରି ହେଲା ଏବଂ ସେ ପାତ୍ରପଡ଼ା ପୋଖରୀକୁ କେମିତି ଆସିଲେ ତାହା ଜାଣିବା ପାଇଁ ଡାଏଟମ୍‌ ଟେଷ୍ଟ କରାଯିବ । ମୃତଦେହ ମିଳିବାର ଦିନେ ବିତିଗଲାଣି ହେଲେ କମିଶନରେଟ ପୋଲିସ୍‌ ଏସମ୍ପର୍କରେ କୌଣସି ଟେର ପାଇପାରି ନାହିଁ । ବିଶେଷ କରି ଟେକ୍ନିକାଲ ଓ ସାଇଣ୍ଟିଫିକ୍ ଉପାୟରେ ଏବେ ତଦନ୍ତକୁ ଆଗକୁ ବଢାଯାଉଛି ।

ପୋଖରୀରେ ବୁଡିବା ପରେ ତାଙ୍କର ମୃତ୍ୟୁ ହୋଇଛି କିମ୍ୱା ପୋଖରୀରେ ବୁଡିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ପୋଲିସ୍‌ ବର୍ତ୍ତମାନ ସେହି ସମ୍ପର୍କରେ ଖୋଳତାଳ କରୁଛି । ଯାହାକୁ ନେଇ ଡାଏଟମ ଟେଷ୍ଟ କରାଯିବ । ଏଥିରେ ଉଭୟ ପୋଖରୀ ପାଣି ଓ ମୃତଦେହର ନମୁନାକୁ ନେଇ ପରୀକ୍ଷା କରାଯିବ । କେବଳ ଏତିକି ନୁହେଁ ଘଟଣାରେ ଟେକ୍ନିକାଲ ଯାଂଚ କରାଯିବାର ଯୋଜନା ରହିଥିବାର ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ମନିଷଙ୍କ ମୋବାଇଲ୍‌ର ସିଡିଆର୍ ଓ ଲୋକେସନ୍‌କୁ ଏବେ ଯାଞ୍ଚ କରାଯାଉଛି । ଗତ ଦୁଇ ଦିନ ତଳେ ହିଁ ତାଙ୍କ ଅପହରଣ ହୋଇଥିବା ଅଭିଯୋଗ କରାଯାଇଛି । ତେବେ ଏହି ଘଟଣାରେ କେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କର ଖୋଜାଖୋଜି କରୁଛି ପୋଲିସ୍ ।

ସୂଚନା ଅନୁସାରେ,ଗତକାଲି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା ପୋଖରୀରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ମନୀଷ ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ବାର୍‌ରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ରହିଥିଲେ । ସେଗତକାଲି ରାତି ୪ ଟାରେ ବାର୍‌ରୁ ନିଶାସକ୍ତ ଅବସ୍ଥାରେ ବାହାରି ଥିଲେ ବୋଲି କହିଛନ୍ତି ହୋଟେଲ୍‌ କର୍ମଚାରୀ । ଏସବୁ ଦିଗକୁ ନେଇ ଡିସିପିଙ୍କ ନେତୃତ୍ୱରେ ତମାଣ୍ଡୋ ଓ ଇନଫୋସିଟି ଥାନା ପୋଲିସ ଛାନଭିନ୍ କରିବା ସହ ପୋଖରୀ ନିକଟରେ ଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇଛି । ସେହିପରି ଗତକାଲି ଇନଫୋସିଟି ଅଞ୍ଚଳରୁ ମନୀଷଙ୍କ କାର ମିଳିଥିବା ବେଳେ ଅନ୍ୟପଟେ ପୋଲିସ୍‌ ଘଟଣାଟିର ତଦନ୍ତ ଜାରି ରଖିଛି ।