• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରିମାଣ୍ଡରେ ଯିବେ ଅମ୍ରିତ-ଦିନେଶ-ମୃତ୍ୟୁଞ୍ଜୟ । ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ଇନ୍‌ଫୋସିଟି ପୋଲିସ । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର JMFC କୋର୍ଟଙ୍କ ନିକଟରେ ଆବେଦନ କରିଥିଲା ପୋଲିସ । ହେଲେ କୋର୍ଟ ୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ସୂଚନାଯୋଗ୍ୟ, ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ତାଙ୍କର ୩ ଜଣ ସାଙ୍ଗଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟ । ଏହି ୩ ଜଣଙ୍କୁ ପୋଲିସ ଗତକାଲି ଗିରଫ କରିଥିଲା ।

ଶନିବାର ଏକ ପ୍ରେସମିଟ୍‌ରେ ଏନେଇ ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଏହି ତିନି ଜଣଙ୍କ ସହ ଶନିବାର ଦିନ ସଂଧ୍ୟାରେ ଯାଇଥିଲେ ମନୀଷ । ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳକୁ ଯାଇଥିଲେ । ପରେ ୪ ଜଣ ବନ୍ଧୁ ବିଲମ୍ବିତ ରାତିରେ ସାଉଥ୍‌ ସିଟି ହୋଟେଲକୁ ଯାଇଥିଲେ । ସେଠାରେ ବିଲ୍ ପଇଠକୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଜଣେ ସାଙ୍ଗ ପ୍ରଥମେ କିଛି ଟଙ୍କା ପୈଠ କରି ହୋଟେଲ ବାହାରକୁ ଚାଲିଆସିଥିଲେ ।

ଏହାପରେ ମନିଷ ଫୋନ୍‌ ଯୋଗେ ଟଙ୍କା ଯୋଗାଡ଼ କରି ସମ୍ପୂର୍ଣ୍ଣ ହୋଟେଲ ବିଲ୍‌ ପୈଠ କରିଥିଲେ । ତେବେ ବିଲ୍‌ ପୈଠ କରିବା ପରେ ମନିଷ ଏକା ହୋଟେଲରୁ ବାହାରିଥିଲେ । ଯାହା କି ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି । ହୋଟେଲରୁ ବାହାରିବା ପରେ ମନିଷ ଜଣଙ୍କ ବାଇକ୍‌ ସାହାଯ୍ୟ ଅନ୍ୟ ସାଙ୍ଗମାନେ ଥିବା ସ୍ଥାନରେ ପହଞ୍ଚିଥିଲେ । ସେଠାରେ ପୁଣି ଥରେ ବିଲ୍‌ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଧିରେ ଧିରେ ଉଗ୍ର ରୂପ ନେଇଥିଲା । ଯାହାଫଳରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏହି ମାରପଚିଟ୍‌ ଓ ଗଣ୍ଡଗୋଳ ଭିତରେ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଡିସିପି ।

ତେବେ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମନୀଷଙ୍କ ମୃତଦେହକୁ ପାତ୍ରପଡ଼ା ପୋଖରୀରେ ଫୋପାଡ଼ି ଦିଆଯାଇଥିଲା । ମାମଲାରେ ଜଣେ ପ୍ରତକ୍ଷଦର୍ଶୀଙ୍କ ବୟାନ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ତଦନ୍ତ କରାଯାଉଛି । ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଲତାଡ଼ କରାଯିବ ବୋଲି କହିଥିଲେ ଡିସିପି । କାରଣ ଘଟଣା ପରେ ଦୁଇ ଅଭିଯୁକ୍ତ ରାଜଧାନୀର ଏକ ହୋଟେଲରେ ସେ ଦିନ ରହିଥିଲେ । ତେଣୁ ଏହି ମାମଲାରେ ଆଉ କାହାର ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି । ତେଣୁ ସେ ଦିଗରେ ମଧ୍ୟ ଅଧିକ ତଦନ୍ତ କରାଯାଉଛି । ଗତ ୧୦ ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।