• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ । ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ । ଏଭଳି କିଛି ବିଭତ୍ସ ହତ୍ୟାକାଣ୍ତ ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ ଗାଁରେ ଘଟିଛି । ପୁଅ ରାଜେଶ ଭୋଇ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିବାର ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ସେଠାରେ ପହଞ୍ଚି ଶବ ଜବତ କରିବା ସହ ପୁଅ ରାଜେଶ ଭୋଇକୁ ଗିରଫ କରିଛି ।

ଇବ୍ ଗାଁର ୪୫ ବର୍ଷୀୟ କୁମୋଦିନୀ ଭୋଇ ସୋମବାର ରାତିରେ ଘରେ ରୋଷେଇ କରୁଥିବା ବେଳେ ପୁଅ ରାଜେଶ ଭୋଇ ଅଣ୍ଡା ଆଣି ରୋଷେଇ କରିବାକୁ କହିଥିଲେ । ମାଆ ରୋଷେଇ କରିବାକୁ ମନା କରିବାରୁ ପୁଅ ଉତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମାଆକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ମାଆର ମୃତ୍ୟୁ ଘଟିଥିଲା । ଏ ନେଇ ମୃତ ମହିଳାଙ୍କ ଦିଅର ହେମସାଗର ଭୋଇ ସଦରଥାନାକୁ ଖବର ଦେଇଥିଲେ । ସଦରଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ହତ୍ୟାକାରୀ ପୁଅ ରାଜେଶକୁ ପୋଲିସ ଗିରଫ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । “ଆଇପିସି ଧାରା 302 (ହତ୍ୟା) ଅଧୀନରେ ରାଜେଶଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ଏବଂ ରାଜେଶ ଭୋଇଙ୍କୁ ଗିରଫ କରାଯାଇଛି।