• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଖୋର୍ଦ୍ଧା ଗୁରୁଜଙ୍ଗରେ ଅଭାବନୀୟ ଘଟଣା

  • ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

  • ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ବାମୀ ଫେରାର

  • ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ୍

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଗୁରୁଜଙ୍ଗରେ ଅଭାବନୀୟ ଘଟଣା । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ କାର୍ତ୍ତିକ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କୌଣସି କାରଣକୁ ନେଇ କାର୍ତ୍ତିକ ତାଙ୍କ ସ୍ତ୍ରୀକୁ ହତ୍ୟାକରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ଅଭିଯୁକ୍ତ କାର୍ତ୍ତିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଗୁରୁଜଙ୍ଗରେ ମୃତ ମହିଳା ଇନ୍ଦିରା ପ୍ରିୟଦର୍ଶିନୀଙ୍କ ବାପ ଘର । ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନଥିବାରୁ ସେ ବାପଘରେ ରହୁଥିଲେ । ବିବାହ ପର ଠାରୁ ସେ ବହୁତ କମ୍ ସମୟ ସ୍ୱାମୀଙ୍କ ସହ ରହିଛନ୍ତି । କାର୍ତ୍ତିକ, ଇନ୍ଦିରାଙ୍କୁ ସବୁବେଳେ ସନ୍ଦେହ କରିବା ସହ ମାରଧର କରୁଥିଲେ । ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଥିଲେ । ସେଥିପାଇଁ ପରିବାର ଲୋକ ଇନ୍ଦିରାଙ୍କୁ ଘରକୁ ନେଇ ଆସିଥିଲେ । ତେବେ କିଛି ଦିନ ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ମଧ୍ୟ ଶ୍ୱଶୁର ଘରକୁ ରହିବାକୁ ଆସିଥିଲା । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ତେବେ ଗତକାଲି ରାତି କାର୍ତ୍ତିକ ଇନ୍ଦିରାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ମାମୁଁ ।

ଅଭିଯୋଗ ପରେ ଟାଉନ୍ ଥାନା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ । ଆଉ ତା’ପରେ ମୃତଦେହକୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ସ୍ତ୍ରୀକୁ ହତ୍ୟା କରିବା ପରେ ଇନ୍ଦିରାଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି। ଇନ୍ଦିରାଙ୍କୁ ଏକ ଛୁରୀ କିମ୍ବା ଧାରୁଆ ଅସ୍ତ୍ରରେ ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କହିଛି ପୋଲିସ୍ ।