• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାମେବାରୀ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପାରିପାର୍ଶିକ ସ୍ଥିତିରୁ ଏହା ଦୁଷ୍କର୍ମ ଏବଂ ହତ୍ୟା ବୋଲି କହିଛି ବିଜେପି । ବରିଷ୍ଠ ବିଜେପି ନେତା ମୂରଲୀ ମନୋହର ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦୁଝର ଏସପିଙ୍କୁ ଭେଟି ଏହି ଦାବି କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି । ରିପୋର୍ଟରେ ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଯାଇଛି ।

୨୬ ତାରିଖ ସକାଳେ ଝୁଲନ୍ତା ଅବସ୍ଥାରେ ମୃତ ଆଦିବାସୀ ନାବାଳିକାର ଶବ ମିଳିଥିଲା ବୋଲି କହିଛି ଟିମ୍ । ଉଦ୍ଧାର ବେଳକୁ ତା’ ଶରୀରର ବିଭିନ୍ନ ସ୍ଥାନରେ ଓ ଗୁପ୍ତାଙ୍ଗରେ ଗଭୀର କ୍ଷତ ସହ ରକ୍ତଶ୍ରାବ ହେଉଥିବା ତଥା କୌଣସି ତୀକ୍ଷ୍ଣ ଅସ୍ତ୍ରରେ ତାକୁ ଆହତ କରାଯାଇଥିବା ପରିବାର ବର୍ଗ ଦେଖିବାକୁ ପାଇଥିଲେ । ଏପରିକି ସେମାନଙ୍କ କହିବା ଅନୁସାରେ ଶବର ଗୋଡ ତଳେ ଲାଗିଥିଲା । ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅସ୍ୱୀକାର କରିବା ସହ ବିଜେପି କହିଛି, ପାରିପାର୍ଶ୍ୱିକ ସ୍ଥିତି ଏବଂ ପରିବାର ଲୋକଙ୍କ କହିବା ଅନୁଯାୟୀ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି ।

ଏକାଧିକ ବ୍ୟକ୍ତି ହୁଏତ ମିଳିତ ଭାବେ ଦୁଃଷ୍କର୍ମ କରି ମାରି ନାବାଳିକାକୁ ମାରି ଟାଙ୍ଗି ଦେଇଥିବା ପରିବାର ଲୋକେ ମଧ୍ୟ ସନ୍ଦେହ ବ୍ୟକ୍ତ କରିଥିଲେ । ଘଟଣାରେ ପୁଲିସ ତତ୍ପରତା ପ୍ରକାଶ କରିବା ପରିବର୍ତ୍ତ ଯେଭଳି ଶିଥିଳତା ପ୍ରକଟ କରୁଛି ତାହା ସନ୍ଦେହଜନକ । ଏହା ଏକ ସମ୍ବେଦନଶୀଳ ଘଟଣା । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଫରେନସିକ ଯାଞ୍ଚ ହେଉ ବୋଲି ବିଜେପି ପ୍ରତିନିଧି ମଣ୍ଡଳୀ ଏସପିଙ୍କୁ ଭେଟି ଦାବି କରିଛି । ତାସହ ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛି ଦଳ।

ସେପଟେ ଏପ୍ରସଙ୍ଗରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଦସମତି ଚାତାର ପୁଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି । ଜଣେ ଆଦିବାସୀ ଝିଅର ଅସ୍ୱାଭାବିକ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପରିବର୍ତ୍ତେ ଘଟଣାକୁ ହାଲୁକାଭାବେ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାର୍ଗ୍ୟଜନକ । ତେବେ ଏନେଇ ଏସପି କହିଛନ୍ତି, ସବୁ ଦିଗକୁ ଧରି ଆଉ ଥରେ ତଦନ୍ତ କରାଯିବ ।