• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚଟଣୀ ନେଇଗଲା ଜୀବନ

  • ଅସୁଦିଆ ଚଟଣୀ ପାଇଁ ସ୍ତ୍ରୀକୁ ଜୀବନରୁ ମାରିଦେଲା ସ୍ୱାମୀ

  • ଅଭିଯୁକ୍ତକୁ ଖୋଜୁଛି ପୋଲିସ୍

ଭୋପାଳ : ଚଟଣୀ ପାଇଁ ସାତ ଜନ୍ମର ସମ୍ପର୍କ ଭୁଲି ଗଲା ସ୍ୱାମୀ । ଅସୁଆଦିଆ ହୋଇଛି କହି ସ୍ତ୍ରୀକୁ ହତ୍ୟା କଲା । ମଧ୍ୟପ୍ରଦେଶର ଦତିଆରେ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଚଟଣୀ ସ୍ୱାଦହୀନ ହୋଇଥିବା କହି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ପଛାଇ ନାହାନ୍ତି । ତେବେ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ । ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ୍ ।

ଗୋରାଘାଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଉପାରାୟଂ ଗାଁର ଆନନ୍ଦ ଗୁପ୍ତା । ସେ ସାମୋସା-କାଚୋରୀ ଦୋକାନ କରି ପରିବାର ଚଳାନ୍ତି । ତେବେ ସ୍ୱାମୀ ଦୋକାନରେ ସାମୋସା-କାଚୋରୀ ବିକ୍ରି କରୁଥିବା ବେଳେ ବ୍ୟବସାୟରେ ସାହାଯ୍ୟ କରିବାକୁ ସ୍ତ୍ରୀ ସବୁଦିନ ଘରେ ଚଟଣୀ ତିଆରି କରୁଥିଲେ । ରବିବାର ଦିନ ମଧ୍ୟ ଆନନ୍ଦଙ୍କ ସ୍ତ୍ରୀ ପ୍ରୀତି ଦୋକାନ ପାଇଁ ଚଟଣୀ ତିଆରି କରିଥିଲେ ।

ହେଲେ ଚଟଣୀ ଖାଇବା ପରେ ଆନନ୍ଦଙ୍କୁ ସ୍ୱାଦ ପସନ୍ଦ ଆସିନଥିଲା । ଚଟଣୀ ସ୍ୱାଦହୀନ ହୋଇଥିବା କହି ସେ ପ୍ରୀତିଙ୍କ ଉପରେ ବହୁତ ରାଗିଗଲେ । ଏକ ଛୋଟ ଘଟଣାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ବଢ଼ିଗଲା ଯେ ହିତାହିତ ଜ୍ଞାନ ହରାଇଲେ ଆନନ୍ଦ । ପାଖରେ ପଡ଼ିଥିବା କାଠ ଫାଳିଆ ଉଠାଇ ପ୍ରୀତିଙ୍କୁ ମାରିବା ଆରମ୍ଭ କଲେ । ତାଙ୍କୁ ଅଟକାଇବା ପାଇଁ ଆନନ୍ଦଙ୍କ ମା ବହୁତ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ମୁଣ୍ଡରେ ଭୁତ ସବାର ଥିଲା । ସେ କାହା କଥା ଶୁଣିଲେ ନାହିଁ । ତେବେ ସ୍ତ୍ରୀକୁ ଏତେ ମାଡ଼ ମାରିଲେ ଯେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଗଲା ।

ତେବେ ପ୍ରୀତିଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗୋରାଘାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବର୍ତ୍ତମାନ ସୁଦ୍ଧା ଫେରାର ଅଛି ଅଭିଯୁକ୍ତ । ତେବେ ଏହି ଘଟଣା ଆଖପାଖ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସାମାନ୍ୟ ଚଟଣୀ କାରଣରୁ ପତ୍ନୀଙ୍କୁ ହତ୍ୟା ଖବର ଆଶ୍ଚର୍ଯ୍ୟଜନକ । କିନ୍ତୁ ଅତୀତରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି।