• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ନେଇ ଜାତୀୟ ଗଣମାଧ୍ୟମରେ ଖବର

  • ଭର୍ତ୍ତୃହରି, ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ଅଭିଯୋଗ ହୋଇଥିବା ପ୍ରକାଶ

କଟକ : ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ।  ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ, ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଅଭିଯୋଗ ଦାଏର କରିଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ବିବାହ ସମୟରେ ବାପା ୧.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, କିନ୍ତୁ ତଥାପି ଏଥିରେ ଶ୍ୱଶୁର ଘର ଲୋକ ସନ୍ତୁଷ୍ଟ ନୁହଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବୋହୂ । ହେଲେ ବିବାହ ପରେ ଅଧିକ ଯୌତୁକ ଆଣିବାକୁ ଶାଶୂ ଘର ଲୋକେ ନିର୍ଯାତନା ଦେଉଥିଲେ । ଏମିତିକି କଟକସ୍ଥିତ ଘରୁ ବାହାର କରି ଦେଇଥିଲେ ।  ଅନେକ ଥର ପରିବାର ଏବଂ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ସମସ୍ୟାର ସମାଧାନ ହୋଇନପାରିବାକୁ ମାମଲା କୋର୍ଟରେ ପହଞ୍ଚିଛି । 

୨୦୧୮ ମସିହାରେ ଏ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋହୂ । ସାକ୍ଷୀଙ୍କୁ ଭର୍ତ୍ତୃହରି ତାଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ରହିବାକୁ ଅନୁମତି ଦେବାକୁ କୋର୍ଟ କହିଥିଲେ । ହେଲେ ତାସତ୍ତ୍ୱେ ସାକ୍ଷୀଙ୍କୁ ଶାଶୂ ଘର ଲୋକେ ଗ୍ରହଣ କରିନଥିଲେ କି ଘରେ ରଖି ନଥିବା ଥାନାରେ ଅଭିଯୋଗ କରିଛନ୍ତି ବୋହୂ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଖୁବଶୀଘ୍ର ମହତାବଙ୍କ ପରିବାରକୁ ନୋଟିସ୍ ପଠାଇବ ବୋଲି କହିଛି । ସେପଟେ ତାଙ୍କ ପୁଅର ବିବାହ-ବିଚ୍ଛେଦ ମାମଲା ୨ବର୍ଷ ହେଲା ଦିଲ୍ଲୀ କୋର୍ଟରେ ବିଚାରାଧୀନ ରହିଛି ବୋଲି ନିଜ ପ୍ରତିକ୍ରିୟାରେ ଭର୍ତ୍ତୃହରି ମହତାବ କହିଥିବା ଉକ୍ତ ଖବରରେ ପ୍ରକାଶିତ ହୋଇଛି । ସାଂସଦ ଭର୍ତ୍ତୃହରିଙ୍କ ମହତାବଙ୍କ ବୋହୂ ଭୋପାଳରେ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ସମେତ ଅନେକ ଧାରାରେ କେସ୍ ଦାଏର୍ କରିଛନ୍ତି ।

ସୂଚନାଯୋଗ୍ୟ ଭୋପାଳର ମହାଦେବ ପରିସର ବାସିନ୍ଦା ସାକ୍ଷୀ ୨୦୧୬ ମସିହାରେ ବିଜୁ ଜନତା ଦଳ ସାଂସଦ ଭର୍ତ୍ତୃହରି ପୁଅଙ୍କୁ ବିବାହ କରିଥିଲେ । ସାଂସଦଙ୍କ ପୁଅ ଦିଲ୍ଲୀରେ ରୁହନ୍ତି ଏବଂ ବୃତ୍ତି ଅନୁଯାୟୀ ଜଣେ ବ୍ୟବସାୟୀ । ସାକ୍ଷୀଙ୍କ ପିତା ବିବାହ ସମୟରେ ୧,୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ବିବାହ ପରେ ଶାଶୁ ଘରେ ପହଞ୍ଚୁ ପହଞ୍ଚୁ ତାଙ୍କୁ ହଇରାଣ କରୁଥିଲେ ଶ୍ୱଶୁର ଘର ଲୋକ ବୋଲି ସେ କହିଛନ୍ତି । ଅନେକ ଥର ପରସ୍ପର ସହ କଥାବାର୍ତ୍ତା କରି ଘର ଭିତରେ ସବୁ ଠିକ୍ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଶ୍ୱଶୁର ଘର ଲୋକେ ଏଥିରେ ସନ୍ତୁଷ୍ଟ ନଥିଲେ । ସମ୍ପର୍କୀୟଙ୍କ ସାହାଯ୍ୟ ନିଆଯିବା ପରେ ମଧ୍ୟ ସମାଧନାର ବାଟ ବାହାରି ପାରିନଥିଲା । ଶେଷରେ ହତାଶ ହୋଇ ସାକ୍ଷୀ ବିବାହର କିଛି ଦିନ ପରେ ହିଁ ବାପଘର ଭୋପାଳ ପଳାଇଯାଇଥିଲେ ।