• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବାପ ପୁଅକୁ ନିସ୍ତୁତ ମାଡ଼ ମାରିଲେ ମାନବ ସଂଗଠନ ସଦସ୍ୟ

  • ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ 

ବୋଲଗଡ : ମାନବ ସଂଗଠନରେ ସାମିଲ ନହେବାରୁ ବାପ ଓ ପୁଅଙ୍କୁ ନିସ୍ତୁକ ମାଡ । ଖୋର୍ଦ୍ଧା ବୋଲଗଡ ବ୍ଲକର କଡବ ଗାଁରେ ନୀରିହ ଆଦିବାସୀଙ୍କୁ ମାନବ ସଂଗଠନରେ ସାମିଲ କରିବା ପାଇଁ ଏଭଳି ମାଡମରା ଯାଉଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କିପରି ନୃଶଂସ ଭାବେ ଦୁଇ ଜଣଙ୍କୁ ମାଡ ମରା ହେଉଛି । ତେବେ ଏନେଇ କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

ଯଦି ଏ ସମ୍ପର୍କିତ ଅଭିଯୋଗ ଆସିଲେ, ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି ପୂର୍ବରୁ ଏହି ମାନବ ସଂଗଠନ ପକ୍ଷରୁ କରଡଗାଡିଅଆ ଗାଁରେ ଜଣେ ଲୋକଙ୍କୁ ପିଟିପିଟି ମାରି ଦିଆ ଯାଇଥିବା ଅଭିଯୋଗ ହୋଇଥିଲା । ସେହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି ।

ତେବେ ଏନେଇ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୀଡିତ ବୃଦ୍ଧ । ଘଟଣା ଦିନ ତାଙ୍କୁ ସକାଳେ ଡାକି ନେଇଥିବା କହିଛନ୍ତି । ବାପାପୁଅଙ୍କୁ ନେଇ ପ୍ରଥମେ ଅଭିଯୁକ୍ତମାନେ ଆଣ୍ଠେଇ ବସାଇ ଦେଇଥିଲେ । ଆଉ ତା’ପରେ ଅନ୍ୟ ଏକ ସ୍ଥାନକୁ ନେଇ ପ୍ରଥମେ ଜାମା ଖୋଲି ଦେଇଥିଲେ । ଆଉ ତା’ପରେ ପାଞ୍ଚ ଛଅ ଜଣ ମିଶି ପ୍ରବଳ ମାଡ଼ ମାରିଲେ । କାହିଁକି ମାଡ଼ ମାରୁଛ ପଚାରିବାରୁ କହୁଥିଲେ, ବୁଝିବ ବୁଝିବ କାହିଁକି ମାଡ଼ ମରାଯାଉଛି । ପରେ ବୁଝିବ କହି ନିର୍ଘାତ ମାଡ଼ ମାରି ଚାଲିଥିଲେ । ଯେତେ ଗୋଡ଼ହାତ ଧରିଲେ ମଧ୍ୟ ଶୁଣୁନଥିଲେ । ବାପପୁଅଙ୍କୁ ନିର୍ମମ ଭାବେ ମାଡ଼ ମାରି ଚାଲିଥିଲେ ।