• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

News Highlights

  • କାହିଁକି ହାଇଦରକୁ ହେଲା ଏନକାଉଣ୍ଟର ?

  • ଏସକର୍ଟ ଦାୟିତ୍ୱରେ ଥିବା ଇନସ୍ପେର ବଖାଣିଲେ କାହାଣୀ

  • ନିଜ ଆଡୁ ମାମଲା କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର: କାହିଁକି ଓ କେଉଁ ପରିସ୍ଥିତିରେ ଗ୍ୟାଙ୍ଗଷ୍ଟର ହାଇଦରକୁ ହେଲା ଏନକାଉଣ୍ଟର ? ସାଧାରଣରେ ଉଙ୍କି ମାରୁଥିବା ଏଭଳି ଅସମାହିତ ପ୍ରଶ୍ନ ଭିତରେ ପୋଲିସ ବଖାଣିଛି ଘଟଣା ପଛର କାହାଣୀ। ଶନିବାର ହାଇଦର ଏସକର୍ଟ ଦାୟିତ୍ୱରେ ଥିବା ପୋଲିସ୍ ଇନସପେର ଗଙ୍ଗାଧର ଶାସେନି, ସିମୁଳିଆ ଥାନାରେ ଦେଇଥିବା ଏଫଆଇରେ ବିସ୍ତୃତ ଭାବେ ବଖାଣିଛନ୍ତି ଘଟଣାବେଳର ଚିତ୍ର। ଏଫଆଇଆର୍ କପିରେ ଶାସେନି ଲେଖିଛନ୍ତି-୨୪ ତାରିଖ ମଧ୍ୟାହ୍ନ ୧୨ଟା ୪୦ ମିନିଟ୍‌ରେ ଚୌଦ୍ୱାର ଜେଲ୍‌ରୁ ହାଇଦରକୁ ବାରିପଦା ସର୍କଲ ଜେଲ୍ ନିଆଯାଉଥିଲା। ସୁରକ୍ଷା ଦାୟିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ଅସିତ୍ ରଞ୍ଜନ ଜେନା ଓ ଆଉ ୯ଜଣ ସୁରକ୍ଷାକର୍ମୀ ଥିଲେ।

ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନ୍‌ରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ। ଏହି ସମୟରେ ତାର ଗୋଟିଏ ହାତରୁ ହ୍ୟାଣ୍ଡକପ୍ ଖୋଲା ଯାଇଥିଲା।

ସେତିକିବେଳେ ହାଇଦର, ହଠାତ୍ ଜଣେ ହାବିଲଦାରଙ୍କଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ଫାୟାରିଂ ଧମକ ଦେଇଥିଲା। ତାସହ ପୂର୍ବଥର ଫେରାର ବେଳେ ତାକୁ ଧରି ଦେଇଥିବାରୁ ଏଥର ଆଉ ସମ୍ଭବ ନୁହେଁ ବୋଲି କହି କୁଭାଷା ବି ପ୍ରୟୋଗ କରିଥିଲା। ସେତେବେଳେ ଏସଆଇ ଅସିତ୍ ଜେନା ଓ ମୁଁ ମିଶି ହାଇଦରକୁ ଆତ୍ମସମର୍ପଣ ପାଇଁ କହିଥିଲୁ, ହେଲେ ସେ ନଶୁଣିବାରୁ ଶେଷରେ ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ଏସଆଇ ଅସିତ୍ ଜେନା ତାଙ୍କ ସର୍ଭିସ୍ ପିସ୍ତଲରୁ ହାଇଦର ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ।

ତେଣେ ପୋଲିସ୍ ଗୁଳିରେ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ ସହ ଗୃହ ବିଭାଗ ଏସିଏସ୍, ପୋଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟୁଇନ ସିଟି ପୋଲିସ କମିଶନରଙ୍କୁ ବି ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ମାନବାଧିକାର କର୍ମୀ କହିଛନ୍ତି ଏହାଦ୍ୱାରା ହାଇଦର ମୃତ୍ୟୁ ଏନକାଉଣ୍ଟର ନା ହତ୍ୟା ତାହା ସ୍ପଷ୍ଟ ହୋଇଯିବ।

ସେପଟେ ଆଜି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ ବି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି-ଅପରେସନ କ୍ଲିନ ଅପ୍ ଲକ୍ଷ୍ୟରେ ଗୋଟିଏ ଜେଲ୍‌ରେ ଯେପରି ଅଧିକ ଦୁର୍ଦ୍ଦାନ୍ତ ଅପରାଧୀ ଠୁଳ ନହୁଅନ୍ତି ସେଥିପାଇଁ ଡିସିପିଙ୍କ ମତାମତ ଓ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇଦରକୁ ବାରିପଦା ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। କାରଣ ହାଇଦର୍ ସେଠି କେନ୍ଦ୍ରାପଡ଼ା ଅଞ୍ଚଳର ଅନ୍ୟ ଅପରାଧୀଙ୍କ ସହ ମିଶି କିଛି ଅପରାଧ ଘଟାଇବାର ଆଶଙ୍କା ଥିଲା।

ଗୋଟିଏ ପଟେ ସବୁଦିନ ପାଇଁ ସଫା ହୋଇଯାଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ହେଲେ ବି ସମ୍ପୂର୍ଣ୍ଣ ସଫା ହୋଇନି ତା ଅପରାଧି ଗ୍ୟାଙ୍ଗ ପୁଅ, ପୁତୁରା, ଭାଇ କି ଶଳା ଏମାନେ ବି ଅଳ୍ପେ ବହୁତେ ଅପରାଧ ଦୁନିଆ ସହ ଜଡ଼ିତ। ତେଣୁ ତାଙ୍କ ଭିତରୁ ବି କେହି ପୁଣି ହାଇଦରର କ୍ରାଇମ୍ ନେଟଓ୍ୱର୍କ ଚଳାଇବା ଆଶଙ୍କାକୁ ଏଡ଼ାଇ ପାରୁନି ପୋଲିସ୍। ଏଣେ ହାଇଦର ମୃୃତ୍ୟୁରେ ସବୁଠୁ ଅଧିକ ଖୁସି ହୋଇଛନ୍ତି ୨୦୦୭ ମସିହାରେ ଅପହରଣ ଓ ହତ୍ୟାର ଶିକାର ହୋଇଥିବା କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ରଙ୍କ ସମ୍ପର୍କୀୟ।

ରିପୋର୍ଟ: ଆଲୋକ ମହାନ୍ତି, କପିଳେନ୍ଦ୍ର ପ୍ରଧାନ, ଗୁଲାମ ଗସ୍‌