• translate
Rajalaxmi Sahoo

ନୂଆପଡ଼ା: ଢାବା ମାଲିକାଣୀଙ୍କୁ ଫାୟାରିଂ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ଏକ ଢାବାରେ ଫାୟାରିଂ ହୋଇଛି। ଏଥିରେ ଢାବା ମାଲିକାଣୀ ବାସନ୍ତୀ ମେହେରଙ୍କ ମୃତ୍ୟୁ ଘଟିଛି। ଖଡ଼ିଆଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟାରେ ଖାଇବା ଲାଗି ୨ ଜଣ ଯୁଵକ ଢାବାରେ ପହଞ୍ଚିଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଢାବା ମାଲିକାଣୀଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଖାଉଥିବା ୨ ଯୁବକଙ୍କ ମଧ୍ୟରୁ ଜଣେ ପିସ୍ତଲ ବାହାର କରି ବାସନ୍ତୀଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ଏହାତାଙ୍କ ଛାତିରେ ବାଜି ଥିଲା। ଗୁରୁତର ଅବସ୍ଥାରେ ବାସନ୍ତିଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡ ଘଟାଇ ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

 

ଗୁଳି ଚଳାଇଥିବା ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ। ପ୍ରକୃତରେ କେଉଁ କାରଣକୁ ନେଇ ଯୁବକ ଜଣକ ଢାବା ମାଲିକାଣୀଙ୍କ ଉପରେ ଗୁଳି ଚଳାଇଥିଲେ ତାହା ମଧ୍ୟ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Other Stories

  • Mother Affairs
    Crime ମା'ର ଅନୈତିକ ସମ୍ପର୍କର କାହାଣୀ ବଖାଣିଲେ ଭାଇ ଭଉଣୀ

    ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି।...

  • CROREPATI PS
    Crime କୁବେର ବିରଞ୍ଚିଙ୍କ କେଳେଙ୍କାରୀ ପଛରେ ବଡ଼ମୁଣ୍ଡ କିଏ ?

    ଭିଜିଲାନ୍ସ ରେଡ୍ ବେଳେ ବିରଞ୍ଚିଙ୍କ ଘରୁ ନିଯୁକ୍ତି ସମ୍ପର୍କିତ ପରୀକ୍ଷାର ବହୁ ସଂଖ୍ୟକ ଆଡମିଟ କାର୍ଡ ମିଳିବା ପଛର ସମ୍ଭାବ୍ୟ କାରଣ ବି ଦର୍ଶାଇଛନ୍ତି। ଆବେଦନକାରୀ ହିଁ କେବଳ ଆଡ୍‌ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ତାହେଲେ ନିଯୁକ୍ତି ଆଳରେ ଆଶାୟୀଙ୍କ...

  • ps biranchi Narayan Sahu arrested
    Crime ଗିରଫ ହେଲେ କୋଟିପତି ପିଏସ୍‌

     ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ କୁବେର ପିଏସ୍  ବିରଞ୍ଚି ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରିଛି।  ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିଥିବା ବେଳେ କୋଟି କୋଟି ଟଙ୍କାର...