• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର(ଗୁଲାମ ଗସ୍) : ଦିଲ୍ଲୀରେ ଠକେଇ, ଯାଜପୁରରୁ ଗିରଫ । ଯାଜପୁର ଜିଲ୍ଲା ବରୀରେ ଦିଲ୍ଲୀ ପୋଲିସ ଚଢାଉ କରି ଅନଲାଇନରେ ଠକେଇ କରିଥିବା ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଠାରୁ କିଛି ଅପରାଧୀ ଦସ୍ତାବିଜ ମଧ୍ୟ ଜବତ କରିଛି ପୋଲିସ୍ । ଅଭିଯୁକ୍ତ ହେଉଛି ୩୦ ବର୍ଷୀୟ ପ୍ରିତମ୍ କର, ଆଉ ତାର ଘର ବରୀ ଥାନା ଅଧୀନ ଭୂରୁଙ୍ଗା ଗାଁରେ ।

ପ୍ରିତମ୍ ଫେକ୍ ଆଇଡି ବନେଇ ସିମ୍ ଆକ୍ଟିଭ କରି ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଭଳି କିଛି ରାଜ୍ୟରେ ସାଇବର ଠକଙ୍କ ପାଖକୁ ପଠାଉଥିଲା । ଯେଉଁ ସିମ୍ କାର୍ଡ ମାଧ୍ୟମରେ ସାଇବର ଠକ ମାନେ ଫୋନ କରି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ବରୀରେ ରହି ବିଭିନ୍ନ ଅଞ୍ଚଳକୁ କୋରିଅର ମାଧ୍ୟମରେ ସିମ୍ କାର୍ଡ ପଠାଉଥିବା ପୋଲିସ ସୂଚନା ଦେଇଛି । ପ୍ରୀତମ ସିମ୍ କାର୍ଡ ବିକ୍ରି କରି ଠକମାନଙ୍କଠାରୁ ବିପୁଳ ପରିମାଣର ଅର୍ଥ ରୋଜଗାର କରିଥିବା ଅଭିଯୋଗ ହୋଇଛି ।  ସେପଟେ ଓଡିଶାରେ ଅନଲାଇନ୍ ଠକେଇରେ ପ୍ରୀତକର ସମ୍ପୃକ୍ତିକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ପୋଲିସ୍ ।

ଅଧିକ ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ବରୀରେ ପହଞ୍ଚିଥିଲା । ଗତ ରାତିରେ ପ୍ରିତମଙ୍କୁ ତାଙ୍କ ବରୀ ସ୍ଥିତ ବାସଭବନରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଆଜି ଠକ ପ୍ରିତମଙ୍କୁ କୋର୍ଟରେ ହାଜର କରିବା ପରେ ଦିଲ୍ଲୀକୁ ଟ୍ରାନଜିଟ୍ ରିମାଣ୍ଡରେ ନେଇପାରେ ବୋଲି ବରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ପ୍ରୀତମ ହଠାତ ଟଙ୍କାପଇସା ବଢ଼ିଯିବାରୁ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା । ସେ କିଛି ବେଆଇନ କାର୍ଯ୍ୟରେ ଲିପ୍ତ ଥାଇପାରନ୍ତି ବୋଲି ସନ୍ଦେହ । ସ୍ଥାନୀୟ ଲୋକଙ୍କ ସୂଚନା ‌ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ପଚରାଉଚରା ପରେ ପ୍ରୀତମଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ କରିହେବ ବୋଲି ପୋଲିସ କହିଛି।