• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆଖି ପିଚୁଳାକେ ଚୋରି କରୁଥିଲେ ଲକ୍ଷାଧିକ ଟଙ୍କା। ଚାହୁଁ ଚାହୁଁ ଗାଏବ କରି ଦେଉଥିଲେ ମୂଲ୍ୟବାନ ଅଳଙ୍କାର। ବନ୍ଦ ଘରୁ ବି ପଶି ବୁଲାଉଥିଲେ କଳାକନା। ଏଭଳି କିଛି କୁଖ୍ୟାତ, ମୋଷ୍ଟ ୱାଣ୍ଟେଡ୍ ଚୋରକୁ ଧରିଛି କମିଶନରେଟ୍ ପୋଲିସ୍। ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୩୫ ବର୍ଷ ଧରି ଚୋରି କରି ଆସୁଥିବା ହେମନ୍ତ ଦାସଙ୍କୁ କାବୁ କରିଛି ପୋଲିସ୍। ୩୫ ବର୍ଷର ଚୋରି ଘଟଣାକୁ ଗୋଟି ଗୋଟି କରି ପୋଲିସ୍ ସମ୍ମୁଖରେ କହିଛନ୍ତି ହେମନ୍ତ ଦାସ। ୩୫ ବର୍ଷରେ ୫ଶହ ଜାଗାରୁ ସେ ଚୋରି କରିଛନ୍ତି।

ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଚେନ୍ନାଇ, କୋଲକାତା, ଦିଲ୍ଲୀ, ମୁମ୍ବାଇରେ ସେ ଲୁଟିଛନ୍ତି। ବଡ଼ ଓ ଆଲିଶାନ୍ ହୋଟେଲ୍‌ରେ ରହୁଥିଲେ। ପଡ଼ୋଶୀ ରୁମ୍‌ରୁ ଚୋରି କରୁଥିଲେ। ୧୯୮୬ ମସିହାରେ ବିଜେବି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରିଥିଲେ ହେମନ୍ତ। ଏହି ମାମଲାରେ ସେ ଜେଲ୍‌କୁ ଯାଇଥିଲେ।

ଆଉ ସେଠି ସେ ଭେଟିଥିଲେ ଏକ ଚୋରକୁ। ଏହାପରେ ହେମନ୍ତଙ୍କ ଚୋରି କରିବା ଜର୍ଣ୍ଣିଂ ଆରମ୍ଭ ହୋଇଥିଲା। ବାରମ୍ବାର ଗିରଫ ଓ ଜେଲ୍‌ରେ ରହିବା ପରେ ବି ହେମନ୍ତ ଚୋରି କରିବା ଛାଡ଼ି ନଥିଲେ।