• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମଦ ମାଂସ ଓ ଯୁବତୀଙ୍କ ନୃତ୍ୟରେ ରଙ୍ଗୀନ ରାଜଧାନୀର ରାତି ।

  • ଉଡୁଛି କୋଭିଡ୍ ନିୟମର ଧଜ୍ଜିଆ ।

  • ବିଳମ୍ବିତ ରାତି ଯାଏଁ ଚାଲୁଛି ନାଚଗୀତ, ମଉଜମସ୍ତି ।

  • ନିୟମ ଉଲ୍ଲଙ୍ଘନକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ମଦ ମାଂସ ଓ ଯୁବତୀଙ୍କ ନୃତ୍ୟରେ ରଙ୍ଗୀନ ରାଜଧାନୀର ରାତି । ଉଡୁଛି କୋଭିଡ୍ ନିୟମର ଧଜ୍ଜିଆ । ବିଳମ୍ବିତ ରାତି ଯାଏଁ ଚାଲୁଛି ନାଚଗୀତ, ମଉଜମସ୍ତି । ତେବେ ୧୭ ତାରିଖରେ ରେଡ୍ ପାଇଁ ଯାଇଥିବା ବିଏମ୍‌ସି କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ଆକ୍ସନମୋଡ୍‌ରେ ପୋଲିସ । ନିୟମ ଉଲ୍ଲଙ୍ଘନକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି । କହିଛନ୍ତି ଏଣିକି ନିୟମର ଖିଲାପ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ତାସହିତ ନିୟମ ଭାଙ୍ଗୁଥିବା ବାରମାଲିକଙ୍କୁ ସାବାଡ୍ ପାଇଁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇଛି । ସ୍କ୍ୱାର୍ଡ ପ୍ରତିଦିନ ବାରରୁ ବାର ବୁଲି ଚେକିଂ କରିବ । ଯେଉଁମାନେ ନିୟମ ଖିଲାପ କରୁଥିବେ ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ ବୋଲି ଡିସିପି ଚେତାଇ ଦେଇଛନ୍ତି ।

ଏପଟେ ବିଏମ୍‌ସି ଓ ପୋଲିସ ଆକ୍ସନ ମୋଡ୍‌କୁ ଆସିବା ପରେ ଛାନିଆ ବାର୍ ମାଲିକ । ରେଡ୍ ପାଇଁ ଯାଇଥିବା ବିଏମ୍‌ସି କର୍ମଚାରୀଙ୍କୁ ଲିଫ୍ଟରେ ଅଟକ ରଖାଯିବା ଘଟଣାକୁ ବାର ମାଲିକ ସଂଘ ନିନ୍ଦା କରିଛି । କିଛି ଲୋକ କୋଭିଡ୍ ନିୟମ ଭାଙ୍ଗିଥିବାରୁ ଦୁଃଖିତ ବୋଲି ସଂଘ କହିଛି । ତେବେ ରାତି ୯ଟା ପରେ ହିଁ ବାରରେ ବ୍ୟବସାୟ ଜମେ । ତେଣୁ ରାତି ୧୦ଟାରେ ବାର ବନ୍ଦ କରିବା ସମ୍ଭବ ନୁହେଁ ବୋଲି ସଂଘ ମତ ଦେଇଛି । ବାର ଖୋଲିବା ସମୟକୁ ଟିକେ କୋହଳ କରିବା ଲାଗି ସଂଘ ସରକାରଙ୍କୁ ନିବେଦନ କରିଛି । ଅନ୍ୟପକ୍ଷରେ ମାଲିକମାନେ ନିୟମ ଅନୁସାରେ ବାର ଖୋଲନ୍ତୁ ବୋଲି କହିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ ।

ଗଲା ୧୭ ତାରିଖରୁ ଏଯାଏଁ ରାଜଧାନୀରେ ୫ଟି ବାର ସିଲ୍ ହୋଇଛି । ସେହିପରି ବିଏମ୍‌ସି କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବାର ମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ୧୮ ତାରିଖ ରାତିରେ ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ବିଳମ୍ବିତ ରାତି ଯାଏଁ ବାର ଚାଲିଥିବା ଅଭିଯୋଗ ଆସିବା ପରେ ଚଢାଉ କରିଥିଲା ବିଏମ୍‌ସି । ତେବେ ବାର୍ କର୍ମଚାରୀ ବିଏମ୍‌ସି ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଲିଫ୍ଟରେ ଫସାଇ ଦେଇଥିବା ଅଭିଯୋଗ ହୋଇଥିଲା ।