• translate
Minati Mishra

News Highlights

  • ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ

  • ଏହି ପିଲାଚୋରୀ ରାକେଟ ଚଳାଉଥିଲେମହିଳା 

  • ଏହି କାରବାରରେ କିଛି ଧନୀ ଶ୍ରେଣୀର ମହିଳା ସଂପୃକ୍ତ ଥିଲେ

ରାଉରକେଲା:ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ। ପଇସା ଲୋଭରେ ବିକି ଦେଉଥିଲେ ରାଜ୍ୟ ବାହାରେ। ରାଉରକେଲାରେ ଏମିତି ଏକ ଛୁଆ ବିକ୍ରି ରାକେଟର ଫର୍ଦ୍ଦାପାସ କରିଛି ସ୍ଥାନୀୟ ପୋଲିସ l ଏହି ମାମଲାରେ ପ୍ଲାଣ୍ଟ ସାଇଟ୍ ପୁଲିସ ୫ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଗିରଫ କରିଛି I

ପୋଲିସ ଏମାନଙ୍କଠାରୁ ମୋବାଇଲ ଜବତ କରିବା ପରେ ସମସ୍ତ ଘଟଣା ପଦାକୁ ଆସିଛି। ମୋବାଇଲରେ କେବଳ ଛୁଆ ବିକ୍ରି ରାକେଟର ତଥ୍ୟ ନାହିଁ ବରଂ ଅନେକ ନବଜାତ ଶିଶୁଙ୍କ ଫଟୋ ଥିବା ପୋଲିସ କହିଛିି l ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ରାକେଟ ଚଳାଉଥିଲେ କିଛି ମହିଳା। ପୁଣି ସେମାନେ ଧନୀ ଶ୍ରେଣୀର ବୋଲି ଜଣାପଡ଼ିଛି। ଏହି ଧନୀ ଶ୍ରେଣୀର ମହିଳା ଗଲା କିଛି ମାସ ହେବ ଏହି ରାକେଟ୍ ଚଳାଇ ଆସୁଥିଲେ l ମହିଳା ହୋଇ ବି ବୁଝି ପାରିଲେନି ମା’ କୋଳରୁ ନବଜାତ ଶିଶୁଟି ଅଲଗା ହୋଇ କିପରି ବଞ୍ଚିବ ? ସନ୍ତାନକୁ ହରାଇ ମା’ଟି କିପରି ଅବସ୍ଥାରେ ବଞ୍ଚିଥିବ ?

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ମହିଳାମାନେ  ରାଉରକେଲା ସହରରୁ ଗରିବ ଶିଶୁଙ୍କୁ ମା’ କୋଳରୁ ଚୋରାଇ ଆଣି ଲକ୍ଷାଧିକ ଟଙ୍କାରେ ଝାରଖଣ୍ଡ ଓ ଛତିଶଗଡରେ ବିକ୍ରି କରିଆସୁଥିଲେ l ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ତେବେ ରାକେଟରେ ଆଉ କିଛି ମହିଳାଙ୍କ ହାତ ଥିବା ପୁଲିସ କହିଛି l

ରାଉରକେଲା ଅତିରିକ୍ତ ଏସ୍‌ପି  ବିକ୍ରମ କେଶରୀ ଭୋଇ କହିଛନ୍ତି, ଏହି ମାମଲାରେ ୮ ଜଣ ସଂପୃକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ମୋବାଇଲ ଜବତ କରିବା ପରେ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଛି। ଏମାନଙ୍କ ମୋବାଇଲରେ ଛୋଟ ଛୋଟ ଶିଶୁଙ୍କ ଫଟୋ ରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ସେମାନେ ପିଲାଚୋରି କରି ବିକୁଛନ୍ତି। ଏମାନେ ପଇସା ଲୋଭରେ ଏପରି ଘୃଣ୍ୟ କାମ କରୁଥିବା ଅତିରିକ୍ତ ଏସ୍‌ପି  କହିଛନ୍ତି।

ଅତିରିକ୍ତ ଏସ୍‌ପିଙ୍କ କହିବା ଅନୁଯାୟୀ,ଏମାନେ  ବିଶେଷକରି ଏମାନେ ପୁଅ ମାନଙ୍କୁ ଲକ୍ଷାଧିକ ଟଙ୍କାରେ ବିକୁଛନ୍ତି। ଝିଅମାନଙ୍କୁ ଟିକିଏ କମ୍‌ ପଇସାରେ ବିକୁଛନ୍ତି। 

ସେପଟେ ରାଉରକେଲା ସହରରେ ଏପରି ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି।

 

Other Stories

  • Bhubaneswar Case
    Crime ରାଜଧାନୀରେ ପୂରା ହୁଗୁଳିଗଲାଣି ଆଇନ ବ୍ୟବସ୍ଥା...

    ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ...

  • Hyder
    Crime କାହା ହାତରେ ମଲା ହାଇଦର୍?

    ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ...

  • Two Youths Chased
    Crime ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

    କିଛି ଦିନର ବିରତି ପରେ ରାଜଧାନୀ ଭୁବନେଶ୍ୱରରେ ଅପରାଧର ସୀମା ଟପିଛି। କିଛି ମାସ ତଳେ ବାପୁଜୀ ନଗରରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଆଉ ଜଣେ ଯୁବକ।  ସେହିପରି ଗତ ବର୍ଷ ଅକ୍ଟୋବରରେ ଭୁବନେଶ୍ୱର ସାମନ୍ତରାପୁରରେ ହୋଇଥିବା...

  • Soumya bidyaBharati
    Crime ଆସିଲା ମୃତ ACF ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

    ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ? ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ମାମଲାରେ ବର୍ତ୍ତମାନ...