• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସିବିଆଇ ଟିମ୍‌କୁ ନିର୍ଧୁମ୍‌ ଛେଚିଲେ । କିଛି ମହିଳା ସଂଘବଦ୍ଧ ହୋଇ ସିବିଆଇ ଟିମ୍‌ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ଅନ୍‌ଲାଇନ୍‌ରେ ଶିଶୁମାନଙ୍କୁ ଯୌନ ଶୋଷଣ କରାଯାଉଥିବା ଅଭିଯୋଗ ପରେ ଓଡ଼ିଶାରେ ସିବିଆଇ ପକ୍ଷରୁ ଭଦ୍ରକ ଓ ଯାଜପୁରରେ ରେଡ୍‌ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କିନ୍ତୁ ଏପଟେ ଢ଼େଙ୍କନାଳରେ ସିବିଆଇ ଟିମ୍‌ ପକ୍ଷରୁ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ମହିଳା ଉକ୍ତ ସିବିଆଇ ଟିମ୍‌ ଉପରକୁ ଆକ୍ରମଣ କରିଛନ୍ତି ।

ତେବେ ମହିଳା ଏଭଳି ଆଚରଣ ପାଇଁ CBI ଟିମ୍‌କୁ ହଟହଟା ହେବାକୁ ପଡ଼ିଛି । ଏହି ଘଟଣା ଢ଼େଙ୍କାନାଳରେ ଘଟିଛି । ଜଣେ ଯୁବକକୁ ସିବିଆଇ ଟିମ୍‌ର ପଚରାଉଚରା ବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଜେରା କରୁଥିବା ସିବିଆଇ ଅଧିକାରୀଙ୍କୁ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଘେରିଯାଇଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସୁରେନ୍ଦ୍ର ନାଏକଙ୍କୁ ସିବିଆଇ ପକ୍ଷରୁ ଜେରା କରାଯାଉଥିଲା । ଦିଲ୍ଲୀ ଓ ଭୁବନେଶ୍ୱରର ସିବିଆଇ ଅଧିକାରୀ ଏହି ଟିମ୍‌ରେ ସାମିଲ ଥିଲେ । ସେମାନେ ସୁରେନ୍ଦ୍ରକୁ ପଚରାଉଚରା କରିବା ବେଳେ ଲୋକେ ଉତ୍ୟକ୍ତ ହୋଇ ତାଙ୍କୁ ଘେରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ।

କିଛି ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ବେଆଇନ ସେକ୍ସ ଚଳଚ୍ଚିତ୍ର ଓ ଶିଶୁ ମାନଙ୍କୁ ନେଇ ଆଡ଼ଲ୍ଟ ଫିଲ୍ମ ଲିଙ୍କରେ ଢେଙ୍କାନାଳ ଯୁବକଙ୍କ ସମ୍ପୃକ୍ତିକୁ ନେଇ ଆଜି ସକାଳୁ ଏକ ଟିମ୍ କଲୋନୀ ସାହିସ୍ଥିତ ତାଙ୍କ ଘରେ ଏକ ରୁମ୍‌ରେ ପୁରାଇ ପଚରାଉଚରା କରୁଥିଲା । ଆଡ଼ଲ୍ଟ ଫିଲ୍ମ ଲିଙ୍କରେ ବେଆଇନ ଅର୍ଥ କାରବାରରେ ସୁରେନ୍ଦ୍ରଙ୍କ ଭୂମିକା ଥିବା ନେଇ ଏବେ ଚର୍ଚ୍ଚା ହେଉଛି । ସେ ଦେଶୀ ଏମଏମଏସ ନାମକ ଏକ ସାଇଟ୍‌ରେ ଏଜେଣ୍ଟ ରହି ପଚାଶରୁ ଅଧିକ ନଗ୍ନ ଚଳଚ୍ଚିତ୍ରରେ ବିକ୍ରେତା ସାଜିଥିଲେ ଓ ୨୧ ଡଲାର ଟଙ୍କା ପାଇଥିବାର ସୂଚନା ମିଳିଛି । ତେବେ ଦିନ ତମାମ ଘରେ ପୁରାଇ ପଚରାଉଚରା କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ମହିଳାମାନେ ଠେଙ୍ଗା ବାଡ଼ି ଧରି ଅକ୍ରମଣ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ,  ଅନଲାଇନରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲାକୁ ନେଇ ଓଡ଼ିଶାରେ ପଡଞ୍ଚିଛି ସିବିଆଇ ଟିମ୍‌ । ସିବିଆଇ ପକ୍ଷରୁ ଓଡ଼ିଶା ସମେତ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତଦନ୍ତ ହେଉଛି । ମୋଟ୍ ୭୬ଟି ଅଞ୍ଚଳରେ ସର୍ଚ୍ଚ କରିବା ସହ ଖୋଳତାଡ଼ କରୁଛି ସିବିଆଇ । ଓଡ଼ିଶା, ଦିଲ୍ଲୀ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ହିମାଚଳପ୍ରଦେଶରେ ଏହି ଯାଞ୍ଚ କରାଯାଉଛି ।

ଅନ୍‌ଲାଇନ୍‌ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ । ଅନୁମାନ କରାଯାଉଛି, ଚିହ୍ନଟ ହୋଇଥିବା ଅଭିଯୁକ୍ତଙ୍କ ଠିକଣାରେ ଏହି ଯାଞ୍ଚ କରାଯାଉଛି । ଭଦ୍ରକ ଏବଂ ଯାଜପୁରରେ ସିବିଆଇ ରେଡ୍ ହୋଇଛି । ସିବିଆଇ ଏତଲାରେ ଥିବା ୨ ଜଣଙ୍କ ଘରେ ଏହି ରେଡ୍ ପଡ଼ିଛି । ଯାଜପୁର ମାସୁଦପୁରର ଅନୀଲ ମାଝୀଙ୍କ ଘରେ ରେଡ୍ କରାଯାଇଥିବା ବେଳେ ଭଦ୍ରକ ଆଗରପଡ଼ାର ମନୋରଂଜନ ଦାସଙ୍କ ଘରେ ରେଡ୍ କରାଯାଇଛି ।